କନକ ବ୍ୟୁରୋ : ଗତ ୩ବର୍ଷ ହେବ ସମସ୍ତଙ୍କୁ ଯେଉଁ ଭୟ ଘାରିଛି ସେହି ଭୟ ପୁଣି ମନକୁ ଆନ୍ଦୋଳିତ କଲାଣି । କାରଣ ଦେଶରେ କରୋନା ସଂକ୍ରମଣ ଦ୍ରୁତି ଗତିରେ ମାଡି ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରୁ ୨୪ଘଂଟାରେ ୬୯୨ ସଂକ୍ରମିତ ଚିହ୍ନଟ ହେବା ସହ ୬ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରୁ ଜଣେ, ଦିଲ୍ଲୀର ଜଣେ, କେରଳ ଓ ପଶ୍ଚିମବଙ୍ଗରୁ ୨ଜଣ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ସୁଚନା ରହିଛି । ଓମିକ୍ରନର ସବଭ୍ୟାରିଆଂଟ ଜେଏନ ଡଟ ୱ।।ନ ଯୋଗୁଁ ସଂକ୍ରମଣ ବଢ଼ୁଥିବା ସୂଚନା ରହିଛି । ସବୁଠୁ ଅଧିକ ସଂକ୍ରମିତ ଗୋଆରୁ ଚିହ୍ନଟ ହେଉଥିବାବେଳେ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ତାମିଲନାଡୁ ଓ ତେଲେଙ୍ଗାନାରେ ମଧ୍ୟ ମାମଲା ବଢ଼ିଚାଲିଛି ।

Advertisment

କରୋନାରେ ସଂକ୍ରମିତ ହେବା ପରେ ଆଖି ବୁଜିଛନ୍ତି ତାମିଲନାଡୁର ଆଂଚଳିକ ଦଳ ଡିଏମଡିକେ ମୁଖ୍ୟ ତଥା ଅଭିନେତା ବିଜୟକାନ୍ତ । ତାମିଲ ଫିଲ୍ମ ଦୁନିଆ ତଥା ରାଜନୀତିର ଜଣେ ଜଣାଶୁଣା ଓ ଲୋକପ୍ରିୟ ଚେହେରା ଥିଲେ ବିଜୟକାନ୍ତ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବା ପରେ ବିଜୟକାନ୍ତଙ୍କୁ ମଙ୍ଗଳବାର ଡାକ୍ତରଖାନରେ ଭର୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ତାଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସୋସିଆଲ ମିଡିଆ ଏକ୍ସରେ ଫଟୋ ସହ ଶୋକବାର୍ତା ପୋଷ୍ଟ କରିଛନ୍ତି ପ୍ରଧାନମନନ୍ତ୍ରୀ ।

ଡିସେମ୍ବର ୮ ତାରିଖରେ କେରଳରୁ ଜେଏନ ଡଟ ୱାନରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ । ପ୍ରଥମ ମୃତ୍ୟୁ ମଧ୍ୟ କେରଳରୁ ହୋଇଥିଲା । ୧୫ଦିନ ପୂର୍ବରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହାତଗଣତି ରହିଥିବାବେଳେ ଏବେ ୭ଶହ ଛୁଇଁଲାଣି ।