ସବୁ ରେକର୍ଡକୁ ଡେଇଁଗଲା କରୋନା ସଂକ୍ରମଣ ସଂଖ୍ୟା । ୨୪ ଘଂଟାରେ ଦେଶରୁ ୩ଲକ୍ଷ ୧୪ ହଜାର ଆକ୍ରାନ୍ତ ଚିହ୍ନଟ । ଓଡିଶାରେ ୬ ହଜାର ୧୬୪ ଆକ୍ରାନ୍ତ ।

235

କନକ ବ୍ୟୁରୋ: ଦୈନିକ ସଂକ୍ରମଣର ସମସ୍ତ ରେକର୍ଡକୁ ଟପିଯାଇଛି ଭାରତ । ସାରା ବିଶ୍ୱରେ ଦିନକରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ମାମଲାରେ ଏବେ ବ୍ରାଜିଲ ଓ ଆମେରିକାକୁ ଭାରତ ଟପିଯାଇଛି । ଦେଶରେ ଗତ ୨୪ ଘଂଟାରେ ୩ ଲକ୍ଷ ୧୪ ହଜାରରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ଓ ୨ ହଜାର ୧୦୪ଜଣଙ୍କ ମୃତ୍ୟୁ ହୋଇଛି । ଏପଟେ ଲଗାତାର ୩ଦିନ ହେଲା ୪ ହଜାର ଉପରେ ଦୈନିକ ସଂକ୍ରମଣ ରାଜ୍ୟରେ ଚିହ୍ନଟ ହେଉଥିବା ବେଳେ ହଠାତ୍ ଆଜି ୬ ହଜାର ଟପିଛି ଦୈନିକ ସଂକ୍ରମଣ ।

  • ଭାରତ ନାଁରେ ଅଲୋଡା ରେକର୍ଡ
  • ଦୈନିକ ସଂକ୍ରମଣରେ ସବୁ ଦେଶକୁ ଟପିଗଲା ଭାରତ

ଆମେରିକା 

  • ମୋଟ ଆକ୍ରାନ୍ତ ୩, କୋଟି ୨୬ଲକ୍ଷ ୦୨ହଜାର ୦୫୧
  • ମୋଟ ମୃତ୍ୟୁ ୫ଲକ୍ଷ ୮୩ ହଜାର ୩୩୦

ଭାରତ

  • ମୋଟ ଆକ୍ରାନ୍ତ ୧ କୋଟି ୫୯ ଲକ୍ଷ ୩୦ ହଜାର ୯୬୫
  • ମୋଟ ମୃତ୍ୟୁ ୧ଲକ୍ଷ ୮୪ ହଜାର ୬୭୨

ବ୍ରାଜିଲ

  • ମୋଟ ଆକ୍ରାନ୍ତ ୧କୋଟି ୪୧ ଲକ୍ଷ ୨୨ ହଜାର ୭୯୬
  • ମୋଟ ମୃତ୍ୟୁ ୩ଲକ୍ଷ ୮୧ ହଜାର ୬୮୭ ମୃତ

ଓଡିଶା 

  • ରାଜ୍ୟରେ ଦୈନିକ ସଂକ୍ରମଣର ନୂଆ ରେକର୍ଡ
  • ୨୪ ଘଂଟାରେ ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ
  • ଖୋର୍ଦ୍ଧା – ୧, ୧୩୨
    ନୂଆପଡା- ୪୫୯
    କଳାହାଣ୍ଡି- ୪୫୨
    ସୁନ୍ଦରଗଡ- ୪୨୭