ଦେଶରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ଘଣ୍ଟାରେ ୩,୮୨,୩୧୫ ନୂଆ ପଜିଟିଭ୍ ଚିହ୍ନଟ । ୩୭୮୦ ମୃତ

138

କନକ ବ୍ୟୁରୋ : ଦେଶରେ ବଢିଚାଲିଛି କରୋନା ସଂକ୍ରମଣ । ସେହି ପରିମାଣରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୩୭୮୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଦେଶରେ କରୋନାର ଦୈନିକ ସଂକ୍ରମଣ କିଛି ଦିନ ହେଲା ଲଗାତାର ସାଢେ ୩ଲକ୍ଷ ଚିହ୍ନଟ ହେଉଛି । କିନ୍ତୁ ଆଜି ଏହି ସଂକ୍ରମଣ ଆହୁରି ବଢିଯାଇଛି ।
ଗତ ୨୪ ଘଂଟାରେ ଦେଶରେ ୩ଲକ୍ଷ ୮୨, ୩୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ, ଆଜି ଦିନକରେ ଦେଶରେ ୩୭୮୦ ଜଣଙ୍କ ମୁଣ୍ଡ ନେଇଛି ମହାମାରି କରୋନା । ସେହିପରି ୨୪ ଘଂଟାରେ ୩ଲକ୍ଷ ୩୮,୪୩୯ ଜଣ ସୁସ୍ଥ ହୋଇ ଘରକୁ ଫୋରିଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬ ଲକ୍ଷ ୬୫ ହଜାର ୧୪୮ କୁ ଛୁଇଁଛି ।
ସେମାନଙ୍କ ମଧ୍ୟରୁ ୧କୋଟି ୬୯ ଲକ୍ଷ ୫୧ ହଜାର ୭୩୧ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୨ଲକ୍ଷ ୨୬ ହଜାର ୧୮୮ ଜଣଙ୍କ ଜୀବନ ନେଇଛି ମହାମାରୀ ଭୁତାଣୁ । ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୪ ଲକ୍ଷ ୮୭ ହଜାର ୨୯୯ ରହିଛି । ଅନ୍ୟପଟେ ଆଜି ସୁଦ୍ଧା ୧୬ କୋଟି ୪ ଲକ୍ଷ ୯୪ ହଜାର ୧୮୮ ଜଣଙ୍କୁ କୋଭିଡ୍ ଟିକାକରଣ କରାଯାଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ।