କରୋନା : ପ୍ରତି ପଂଚାୟତରେ କୋଭିଡ କେୟାର ହୋମ, କରୋନା ଲକ୍ଷଣ ଥିଲେ କେୟାର ସେଂଟରରେ ରହିବେ ଲୋକେ

164

କନକ ବ୍ୟୁରୋ : କରୋନା ମୁକାବିଲାଙ୍କୁ ନେଇ ନୂଆ ରଣନୀତି ଆରମ୍ଭ କଲେ ରାଜ୍ୟ ସରକାର । ପ୍ରତି ପଂଚାୟତରେ କୋଭିଡ କେୟାର ହୋମ୍ ହେବ । ପ୍ରାଥମିକ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କୁ ଏହି କୋଭିଡ କେୟାର ହୋମରେ ରଖାଯିବ । ଏନେଇ ଆଜି ଘୋଷଣା କରାଯିବ । ଥଣ୍ଡା, ଜ୍ୱର, କାଶ ହେଉଥିବା ଲୋକଙ୍କୁ ପ୍ରଥମେ ଏଠାରେ ରଖାଯିବ । ଏଥିରେ ଏକାଥରେ ୧୦ରୁ ୨୦ଜଣ ଲୋକେ ରହିପାରିବେ । ପ୍ରାୟ ୭୦ ହଜାର ଲୋକ ଏଥିରେ ଉପକୃତ ହେବେ । ଏହି କୋଭିଡ କେୟାର ହୋମ୍ ପରିଚାଳନା ପାଇଁ କମିଟି ଗଠନ କରାଯିବ । ପ୍ରତି କମିଟିକୁ ଏଥିପାଇଁ ୧୦ ହଜାର ଟଙ୍କା ଦିଆଯିବ ।

କମିଟିରେ ରହିବେ ୱାର୍ଡ ସ୍ତରୀୟ ଲୋକପ୍ରତିନିଧୀ, ଆଶାକର୍ମୀ, ଅଙ୍ଗନାବାଡି କର୍ମୀ, ଏଏନଏମ୍, ଏସଏଚଜିର ସଦସ୍ୟ । ଗାଁ କଲ୍ୟାଣ ସମିତି କୋଭିଡ ପରିଚାଳନା କମିଟିର ଦାୟିତ୍ୱ ନେବ । କୋଭିଡ କେୟାର ହୋମର ଦାୟିତ୍ୱ ମଧ୍ୟ ସରପଂଚଙ୍କ ହାତରେ ରହିବ । ଏଥିପାଇଁ ସବୁ ସରପଂଚଙ୍କୁ ପ୍ରଶାସନିକ କ୍ଷମତା ସହ ଆର୍ଥିକ କ୍ଷମତା ଦିଆଯିବ । ସହରାଂଚଳା ୱାଡରେ ହେବାକୁ ଥିବା କୋଭିଡ କେୟାର ହୋମ୍ ଦାୟିତ୍ୱରେ ରହିବେ ୱାର୍ଡ ଅଫିସର । ଏବଂ ସେମାନଙ୍କୁ ସହଯୋଗ କରିବେ ସ୍ଥାନୀୟ ଲୋକ ଓ ସ୍ୱେଚ୍ଛାସେବୀ । ପ୍ରତି ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ ଏହି କମିଟି ।