କନକ ବ୍ୟୁରୋ : ଗଂଜାମରେ କରୋନା ମୁକାବିଲା ପାଇଁ ପ୍ରଶାସନ ଆପଣାଇଛି କଡା ନୀତି । ଆଜି ଠାରୁ ଗଂଜାମରେ ଆରମ୍ଭ ହେବ ଆଂଟିଜେନ୍ ଟେଷ୍ଟିଂ । ଆସନ୍ତାକାଲି ଠାରୁ ସହରରେ ଆରମ୍ଭ ହେବ ଡୋରଟୁ ଡୋର ସ୍କ୍ରିନିଂ । ସ୍କ୍ରିନିଂ ସମୟରେ ଆବଶ୍ୟକତାକୁ ଦେଖି ସେହି ଅଂଚଳକୁ ୩ ରୁ ୪ ଦିନ ସଟଡାଉନ୍ ରଖାଯିବ । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ । ସେପଟେ କରୋନା କଟକଣା ସମୟରେ ବ୍ୟବସାୟୀଙ୍କ ପାଇଁ ଅତି କଠୋର ମନୋଭାବ ପୋଷଣ କରିଛି ଜିଲ୍ଲା ପ୍ରଶାସନ । ଯେଉଁମାନେ କରୋନା କଟକଣା ନମାନି ଦୋକାନ ଖୋଲିବେ ପ୍ରଥମେ ୫ ହଜାର ଟଙ୍କା ଫାଇନ୍ ଏବଂ ୧୫ ଦିନ ପାଇଁ ଦୋକାନ ବନ୍ଦ୍ ହେବ ।
ଦ୍ୱିତୀୟ ଥର ପାଇଁ ଆଇନ ଅମାନ୍ୟ କଲେ ତାଙ୍କ ମାସକ ପାଇଁ ଦୋକାନ ବନ୍ଦ ସହିତ ଦୋକାନୀଙ୍କ ବିରୋଧରେ ରୁଜ୍ଜୁ ହେବ ମାମଲା । ଏନେଇ ଗଂଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । କୃଷି, ଅନ୍ୟ ସାମଗ୍ରୀ, ଔଷଧ ପରିବହନକୁ ବାଦ୍ ଦେଲେ ଅନ୍ୟ କୌଣସି ଗାଡି ଚଳାଚଳକୁ ବାରଣ କରାଯାଇଛି ।