କଟକରେ ଆଜିଠାରୁ ହେବ କରୋନାର ଆଣ୍ଟିଜେନ ଟେଷ୍ଟ : ନାଜାଲ ସ୍ୱାବକୁ କରାଯିବ ପରୀକ୍ଷା । ଅଧଘଂଟାରେ ଜଣାପଡିବ କୋଭିଡ୍ ଷ୍ଟାଟସ । ରୋଗୀ କରୋନା ସଂକ୍ରମିତ ହୋଇଛି କି ନାହିଁ ସେ ସମ୍ପର୍କରେ ମିଳିପାରିବ ପ୍ରାଥମିକ ରିପୋର୍ଟ

Advertisment
କଟକରେ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ: ଅଧଘଣ୍ଟାରେ ଜଣାପଡ଼ିବ କୋଭିଡ୍ ଷ୍ଟାଟସ୍; କର୍କଟ କେନ୍ଦ୍ରରେ ରିପୋର୍ଟ ନଆସିବା ଯାଏ ଆଡମିସନ୍ ମନା

କନକ ବ୍ୟୁରୋ : କଟକରେ ଆଜିଠାରୁ ହେବ କରୋନାର ଆଣ୍ଟିଜେନ ଟେଷ୍ଟ । ନାଜାଲ ସ୍ୱାବକୁ କରାଯିବ ପରୀକ୍ଷା । ଅଧଘଂଟାରେ ଜଣାପଡିବ କୋଭିଡ୍ ଷ୍ଟାଟସ । ରୋଗୀ କରୋନା ସଂକ୍ରମିତ ହୋଇଛି କି ନାହିଁ ସେ ସମ୍ପର୍କରେ ମିଳିପାରିବ ପ୍ରାଥମିକ ରିପୋର୍ଟ । ଏଥିରେ ୯୮ ପ୍ରତିଶତ ଶୁଦ୍ଧତା ରହିଛି । ଏହାଦ୍ୱାରା କୋଭିଡ୍ ରୋଗୀ ଚିହ୍ନଟ କ୍ଷେତ୍ରରେ ଏକ ବଡ ସଫଳତା ମିଳିପାରିବ ବୋଲି ବରିଷ୍ଠ ଡାକ୍ତର କହିଛନ୍ତି ।

ସଟଡାଉନ୍ ସମୟରେ ଅତି ଜରୁରୀ ନଥିଲେ ରୋଗୀଙ୍କୁ ଡାକ୍ତରଖାନା ଆସିବା ପାଇଁ ବାରଣ କରାଯାଇଛି। କେବଳ ସେତିକି ନୁହେଁ, ହଟସ୍ପଟ୍ ଜିଲ୍ଲା; ବିଶେଷ କରି ଗଞ୍ଜାମ୍ ଜିଲ୍ଲାରୁ ରୋଗୀଙ୍କ ଆସିବା ଉପରେ କଟକଣା ଜାରି କରାଯାଇଛି। ଏଣିକି ବିନା କୋଭିଡ୍ ପରୀକ୍ଷାରେ ଅସ୍ତ୍ରୋପଚାର କରାଯିବନି। ଅତି ଜରୁରୀ ଥିଲେ ସେ କ୍ଷେତ୍ରରେ ରୋଗୀଙ୍କର କାଜୁଆଲିଟିରେ କୋଭିଡ୍ ସ୍କ୍ରିନିଂ କରାଯିବ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଚିକିତ୍ସା, ଅସ୍ତ୍ରୋପଚାର ତଥା ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବ। କାଜୁଆଲିଟି, ଓପିଡି, ୱାର୍ଡକୁ ଜୋନ କରାଯିବ। ପ୍ରତି ୱାର୍ଡରେ ଆଇସୋଲସନ୍ ୱାର୍ଡ ରହିବା ଜରୁରୀ କରାଯିବ। ସନ୍ଦିଗ୍ଧ ରୋଗୀ, ହଟସ୍ପଟ୍ ଜିଲ୍ଲା, କଣ୍ଟେନମେଣ୍ଟ୍ ଜୋନରୁ ଆସୁଥିବା ରୋଗୀଙ୍କୁ ପ୍ରଥମେ ଆଇସୋଲେସନ୍ ୱାର୍ଡରେ ରଖାଯିବ। ସେମାନଙ୍କ କୋଭିଡ୍ ରିପୋର୍ଟ ଆସିବା ପରେ ୱାର୍ଡକୁ ସ୍ଥାନାନ୍ତରିତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe