ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା ।

194

କନକ ବ୍ୟୁରୋ: ଦେଶରେ କରୋନା ମହାମାରୀ ତାଣ୍ଡବ ରଚୁଛି । ହେଲେ ଏହାରି ମଧ୍ୟରେ କିଛିଦିନ ହେବ ସଂକ୍ରମଣ ହାର କମ ହେବାରେ ଲାଗିଛି । ଦିଲ୍ଲୀରେ ବି ସଂକ୍ରମଣ କମିଛି, ହେଲେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଦିଲ୍ଲୀରେ କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଲେଖାଏଁ ଘୋଷଣା କରିଛନ୍ତି । ଏହାସହ ପେନସନ ପାଇଁ ମଧ୍ୟ ଘୋଷଣା କରିଛନ୍ତି ।

ସେହିପରି ରାସନ କାର୍ଡଧାରୀଙ୍କୁ ୧୦ କିଲୋ ରାସନ ମାଗଣା ପ୍ରଦାନ କରାଯିବ । ଯାହାର ରାସନକାର୍ଡ ନାହିଁ ସେମାନଙ୍କୁ ମଧ୍ୟ ରାସନ ପ୍ରଦାନ କରାଯିବ । କରୋନା ମହାମାରୀ ସମୟରେ ଦିଲ୍ଲୀବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ବଡ ଘୋଷଣା କରିଛନ୍ତି ।

ଦିଲ୍ଲୀରେ କରୋନା ମହାମାରୀ ତାଣ୍ଡବ ରଚିଥିଲା । ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଥିଲା । ଏହାରି ମଧ୍ୟରେ ଅକ୍ସିଜେନ ଓ ବେଡର ଅଭାବ ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ଏବେ ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଆଉ ସୁସ୍ଥ ହାର ବଢିବାରେ ଲାଗିଛି ।