କନକ ବ୍ୟୁରୋ : ଦେଶରେ ଆଉ ୪ରୁ ୬ ସପ୍ତାହ ରହିପାରେ ସଂକ୍ରମଣ ପ୍ରକୋପ । ଫେବ୍ରୁଆରୀ ଶେଷ ସୁଦ୍ଧା ତୃତୀୟ ଲହର ସଂପୂର୍ଣ୍ଣ ଫିକା ପଡ଼ିବ ବୋଲି ଆକଳନ କରିଛନ୍ତି ବୈଜ୍ଞାନିକ । ଏବେ ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ୫ ଦିନ ହେବ ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ ରହୁଛି । ଗତକାଲି ଦୈନିକ ସଂକ୍ରମଣ ଅଢେଇ ଲକ୍ଷ ତଳେ ରହିଥିଲା । ଡବ୍ଲୁଏଚ୍ଓ କହିଛି, ଏପରି ସ୍ଥିତିକୁ ଦେଖି କରୋନା ମୁକାବିଲା ସତର୍କତା ପଦକ୍ଷେପରେ କୌଣସି ଅବହେଳା କରିବା ଠିକ୍ ନୁହେଁ । ଦେଶରେ କରୋନା ବିପଦ ଏବେ ବି ଜାରି ରହିଛି, ତେଣୁ ପରିସ୍ଥିତିକୁ ଦେଖି ସଠିକ୍ ପଦକ୍ଷେପ ନେବା ଜରୁରୀ ।

Advertisment

ଭାରତର ବିଭିନ୍ନ ଅଂଚଳରେ କରୋନା ସଂକ୍ରମଣରେ କିଛି ଦିନ ହେଲା ଲଗାତାର ହ୍ରାସ ଦେଖିବାକୁ ମିଳିଛି । ତେବେ ଏଭଳି ସ୍ଥିତିକୁ ଦେଖି କରୋନା ମୁକାବିଲା ସତର୍କତା ପଦକ୍ଷେପରେ କୌଣସି ଅବହେଳା ‌ପ୍ରଦର୍ଶନ କରାଯିବା ଉଚିତ ନୁହେଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି । କରୋନା ବିପଦ ଏବେ ବି ଜାରି ରହିଛି ଏବଂ ପରିସ୍ଥିତିକୁ ଦେଖି ସଠିକ୍‌ ପଦକ୍ଷେପ ନେବା ଜରୁରୀ ବୋଲି କୁହାଯାଇଛି। ଭାରତର କେତେକ ରାଜ୍ୟ ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି କଟକଣା କୋହଳ କରିଛନ୍ତି । ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ହଟାଇ ଦିଆଯାଇଛି । ହରିୟାଣା, କର୍ଣ୍ଣାଟକ ଓ ତାମିଲନାଡ଼ୁରେ ମଧ୍ୟ କଟକଣା କୋହଳ କରାଯାଇଛି ।

ଉତ୍ତରପ୍ରଦେଶ, ପଂଜାବ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ସରଗରମ ପ୍ରଚାର ଭିତରେ କରୋନା କଟକଣାକୁ ଆଦୌ ଗୁରୁତ୍ବ ଦିଆଯାଉନାହିଁ । ‘ହୁ’ର ଦକ୍ଷିଣ ପୂର୍ବ ଏସିଆ କ୍ଷେତ୍ରର ନିର୍ଦ୍ଦେଶକ ପୁନମ କ୍ଷେତ୍ରପାଳ ସିଂହ କହିଛନ୍ତି ଯେ ଭାରତର କେତେକ ସହର ଏବଂ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ବି ଏବେ ବି ବିପଦ ଟଳିନାହିଁ । ଏଭଳି ସ୍ଥିତିରେ ସଂକ୍ରମଣ ହ୍ରାସ ପାଇଁ ଆହୁରି ଅଧିକ ପଦକ୍ଷେପ ଜରୁରୀ ବୋଲି ସେ କହିଛନ୍ତି ।