କରୋନାର ତୃତୀୟ ଲହର : କ’ଣ କହିଲା ଆଇଆଇଟି କାନପୁରର ସୂତ୍ର ମଡେଲ ?

225

କନକ ବ୍ୟୁରୋ : ଆଇଆଇଟି କାନପୁରର ସୂତ୍ର ମଡେଲ କହୁଛି, ଓଡ଼ିଶାରେ ତୃତୀୟ ଲହରର ପ୍ରଭାବ କମ୍ ରହିବ । କରୋନାର ଯଦି କୌଣସି ନୂଆ ଭାରିଆଂଟ ନଆସେ ତେବେ ଦୈନିକ ସଂକ୍ରମଣ ୨ ହଜାର ମଧ୍ୟରେ ରହିପାରେ । ଓଡ଼ିଶା ଟିକାକରଣରେ ବେଶ୍ ଆଗୁଆ ରହିଥିବାରୁ ତୃତୀୟ ଲହରରେ କରୋନାର ଏତେଟା ପ୍ରଭାବ ଦେଖିବାକୁ ମିଳିବ ନାହିଁ । ରାଜ୍ୟରେ ଏବେ ଯେଉଁ କଟକଣା ରହିଛି, ଯଦି ଆସନ୍ତା ମାସରେ ଖୋଲି ଦିଆଯାଏ, ତେବେ ଧୀରେ ଧୀରେ ସଂକ୍ରମଣ ବଢିବ । ଅକ୍ଟୋବର ମଧ୍ୟ ଭାଗରେ ୨ ହଜାର ପାର କରିପାରେ । ରାଜ୍ୟ ସରକାର ଲକଡାଉନ୍ କିମ୍ବା ଅନ୍ୟ କଟକଣା ଜାରି କଲେ ହୁଏତ ଏ ସଂକ୍ରମଣ କମିଯାଇପାରେ ।

ସେପଟେ, ରାଜ୍ୟରେ ତୃତୀୟ ଲହର ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ସେ କହିଛନ୍ତି ତୃତୀୟ ଲହର ଆସିଲେ ବି ଦ୍ୱିତୀୟ ଲହର ଭଳିଆ ନହୋଇପାରେ । ଯଦି ଭାଇରସ ରୂପ ବଦଳାଏ ତାହା ହେଲେ ପ୍ରଭାବ ଅଧିକ ରହିବ, ଯଦି ରୂପ ନବଦାଳଏ ତେବେ ପ୍ରଭାବ ଏତେ ରହିବ ନାହିଁ । ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । କେଉଁ ମଡେଲ କହୁଛି ଦେଶରେ ଦିନକୁ ୪ରୁ ୫ଲକ୍ଷ ପଜିଟିଭ ଚିହ୍ନଟ ହେବ । ଆଉ କେଉଁ ମଡେଲ କହୁଛି କି ଏତେ ପ୍ରଭାବ ପଡ଼ିବ ନାହିଁ ।