କରୋନାର ସମ୍ଭାବ୍ୟ ତୃତୀୟ ଲହର : ଆକ୍ରାନ୍ତ ହୋଇପାରନ୍ତି ୯୨ ହଜାର ଛୋଟ ପିଲା

296

କନକ ବ୍ୟୁରୋ : କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ପ୍ରାୟ ଦେଢଗୁଣା ଅଧିକ ଦୈନିକ ସଂକ୍ରମଣ ଆସିପାରେ । ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତୃତୀୟ ଲହରରେ ଦୈନିକ ସଂକ୍ରମଣ ଦେଢ ଗୁଣା ବଢିପାରେ ବୋଲି ଆଶଙ୍କା କରାଯାଉଛି । ସବୁଠାରୁ ବଡ କଥା ହେଉଛି ୯୧ ହଜାର ୯୫୩ ଶିଶୁ ଆକ୍ରାନ୍ତ ହେବା ସମ୍ଭାବନା ରହିଛି । ୪ ହଜାର ୫୯୮ ଶିଶୁ ଗୁରୁତର ହେବା ସମ୍ଭାବନା ରହିଛି ।

୨୨ ହଜାର ୯୮୮ ଆଇସିୟୁ ବେଡ୍ ଆବଶ୍ୟକ ପଡିପାରେ । ସେହଭଳି ୩୮ ହଜାର ୩୧୪ ଜେନେରାଲ ବେଡ୍ ଆବଶ୍ୟକ ହୋଇପାରେ । ଶୀର୍ଷ ଛୁଇଁଲା ବେଳକୁ ଆସିପାରେ ୧୯ ହଜାର ୨୭୮ ମାମଲା ସାମ୍ନାକୁ ଆସିପାରେ ବୋଲି ଆକଳନ କରାଯାଇଛି । ସେହିପରି ଦୈନିକ ହାରାହାରି ୧୦ ହଜାର ୨୧୭ ମାମଲା ଆସିପାରେ । ୭୫ ଦିନରେ ୭ ଲକ୍ଷ ୬୬ ହଜାର ୨୭୫ ଆକ୍ରାନ୍ତ ଚିହ୍ନଟ ହେବା ଆକଳନ କରାଯାଇଛି । ଏ ନେଇ ୧ ଲକ୍ଷ ୭୬ ହଜାର ୨୪୩ ଜଣଙ୍କୁ ହସ୍ପିଟାଲ ଚିକିତ୍ସା ଆବଶ୍ୟକ ହେବ ।