କରୋନାର ସମ୍ଭାବ୍ୟ ତୃତୀୟ ଲହର ନେଇ କେନ୍ଦ୍ର ସରକାରଙ୍କ ସତର୍କବାଣୀ : ଦେଢଗୁଢା ବଢିପାରେ ଦୈନିକ ସଂକ୍ରମଣ, ଆବଶ୍ୟକ ପଡିପାରେ ଅଧିକ ସଂଖ୍ୟକ ବେଡ୍

217

କନକ ବ୍ୟୁରୋ : କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ପ୍ରାୟ ଦେଢଗୁଣା ଅଧିକ ଦୈନିକ ସଂକ୍ରମଣ ଆସିପାରେ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କେନ୍ଦ୍ରର ସତର୍କ ପରେ ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି । ଏନଆଇଡିଏମର ରିପୋର୍ଟ ପରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।

– ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବା ପାଇଁ ଚିଠି
– ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
– ତୃତୀୟ ଲହରରେ ଦେଢ ଗୁଣା ବଢିପାରେ ଦୈନିକ ସଂକ୍ରମଣ
– ଶୀର୍ଷ ଛୁଇଁଲା ବେଳକୁ ଆସିପାରେ ୧୯ ହଜାର ୨୭୮ ମାମଲା
– ଦୈନିକ ହାରାହାରି ୧୦ ହଜାର ୨୧୭ ମାମଲା ଆସିପାରେ
– ୭୫ ଦିନରେ ୭ ଲକ୍ଷ ୬୬ ହଜାର ୨୭୫ ଆକ୍ରାନ୍ତ ଚିହ୍ନଟ ହେବା ଆକଳନ
– ୧ ଲକ୍ଷ ୭୬ ହଜାର ୨୪୩ ଜଣଙ୍କୁ ହସ୍ପିଟାଲ ଚିକିତ୍ସା ଆବଶ୍ୟକ ହେବ
– ୯୧ ହଜାର ୯୫୩ ଶିଶୁ ଆକ୍ରାନ୍ତ ହେବା ସମ୍ଭାବନା
– ୪ ହଜାର ୫୯୮ ଶିଶୁ ଗୁରୁତର ହେବା ସମ୍ଭାବନା
– ଆବଶ୍ୟକ ପଡିପାରେ ୨୨ ହଜାର ୯୮୮ ଆଇସିୟୁ ବେଡ୍
– ୩୮ ହଜାର ୩୧୪ ଜେନେରାଲ ବେଡ୍ ଆବଶ୍ୟକ ହୋଇପାରେ