କନକ ବ୍ୟୁରୋ : ଦେଶରେ ଦୈନିକ କରୋନା ସଂକ୍ରମଣ ୪ ଲକ୍ଷ ଛୁଇଁବା ସମ୍ଭାବନା । ଆଇଆଇଟି କାନପୁରର ସୂତ୍ର ମଡେଲ ଅନୁସାରେ ଜାନୁଆରୀ ୨୩ରେ ଦେଶର କରୋନା ସଂକ୍ରମଣ ଶୀର୍ଷ ଛୁଇଁପାରେ । ପୂର୍ବରୁ ପିକ୍ ସମୟରେ ଦୈନିକ ସଂକ୍ରମଣ ୭ ଲକ୍ଷ ୨୦ ହଜାର ଛୁଇଁବା ନେଇ ଆକଳନ କରାଯାଇଥିଲା ।

Advertisment

ହେଲେ କରୋନା ପରୀକ୍ଷାକୁ ନେଇ ଆଇସିଏମଆର ତାର ଗାଇଡଲାଇନରେ ପରିବର୍ତନ କରିଥିବାରୁ ଏହି ସଂଖ୍ୟା କମିବା ଆଶଙ୍କା କରାଯାଉଛି । ହେଲେ ସୂତ୍ର ମଡେଲକୁ ନେଇ କାମ କରୁଥିବା ଆଇଆଇଟି ପ୍ରଫେସର ମନିନ୍ଦର ଅଗ୍ରୱାଲ କହିଛନ୍ତି ଯେ, ଅଧିକାଂଶ ଲୋକ ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହୋଇସାରିଲେଣି । ଏବଂ ପ୍ରତିରୋଧ ଶକ୍ତି ଅଧିକ ଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣର ଗତି ମନ୍ଥର ହୋଇସାରିଲାଣି ।

- ସୂତ୍ର ମଡେଲ ଅନୁସାରେ ଦିଲ୍ଲୀ, ମୁମ୍ବାଇରେ କରୋନାର ତୃତୀୟ ଲହର ପିକ୍ ଛୁଇଁ ସାରିଛି
- ମୁମ୍ବାଇରେ ଜାନୁଆରୀ ୧୨ ଏବଂ ଦିଲ୍ଲୀରେ ଜାନୁଆରୀ ୧୬ରେ କରୋନା ଶୀର୍ଷ ଛୁଇଁଥିଲା
- କୋଲକାତାରେ ତୃତୀୟ ଲହର ଜାନୁଆରୀ ୧୩ରେ ପିକ୍ ଛୁଇଁଥିବା ସୂତ୍ର ମଡେଲ କହୁଛି
- ବେଙ୍ଗାଲୁରରେ ଏହା ଜାନୁଆରୀ ୨୨ରେ ପିକ୍ ଛୁଇଁବ ଓ ଦୈନିକ ୩୦ ହଜାର ମାମଲା ଆସିପାରେ
- ଗୁଜରାଟ ଓ ଉତର ପ୍ରଦେଶରେ ଏହା ଆଜି ପିକ୍ ଛୁଇଁବ ଏବଂ ଆସାମରେ ଜାନୁଆରୀ ୨୬ରେ ଆସିବ
- ହରିଆଣାରେ ଜାନୁଆରୀ ୨୦, କର୍ଣ୍ଣାଟକରେ ୨୩ ଓ ତାମିଲନାଡୁରେ ୨୫ରେ ପିକ୍ ଛୁଇଁପାରେ
- ରାଜ୍ୟଗୁଡିକରୁ ସଂଗୃହିତ କୋଭିଡ୍ ଡାଟାକୁ ନେଇ ଏଭଳି ଗାଣିତିକ ଆକଳନ କରିଛି ସୂତ୍ର ମଡେଲ