ପୁଣି ଅଟକିଲା କୋଭାକ୍ସିନକୁ ଅନୁମତି : ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବାରେ ବିଳମ୍ବ କରୁଛି ଡବ୍ଲୁଏଚଓ

କେମିତି ବିଦେଶ ଯିବେ ଭାରତୀୟ ଛାତ୍ରଛାତ୍ରୀ

123

କନକ ବ୍ୟୁରୋ : ପୁଣି ଅଟକିଲା କୋଭାକ୍ସିନକୁ ଅନୁମତି । ଭାରତୀୟ ଟିକା କୋଭାକ୍ସିନର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବାରେ ବିଳମ୍ବ କରୁଛି ଡବ୍ଲୁଏଚ୍ଓ । ଭ୍ୟାକ୍ସିନ୍ ନିର୍ମାତା ଭାରତ ବାୟୋଟେକକୁ କେତେକ ବୈଷୟିକ ପ୍ରଶ୍ନ ପଠାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବିଳମ୍ବ ହେଉଥିବାରୁ ଭାରତୀୟ ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ଅନ୍ତରାଷ୍ଟ୍ରୀୟ ଯାତ୍ରା କରିବାରେ ଅସୁବିଧା ହୋଇପାରେ । ଡବ୍ଲୁଏଚଓ ଅନୁମତି ଦେଉନଥିବାରୁ କୋଭାକ୍ସିନକୁ ବିଶ୍ୱର ଅଧିକାଂଶ ଦେଶରେ ସ୍ୱୀକୃତିପ୍ରାପ୍ତ ଭ୍ୟାକ୍ସିନ ବୋଲି ଗଣାଯାଉନି । ଡବ୍ଲୁଏଚଓର ପ୍ରଶ୍ନ ପରେ ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି ଯେ, ଆବଶ୍ୟକ ହେଉଥିବା ସମସ୍ତ ତଥ୍ୟ ଦିଆଯାଇଛି ।

ଏକ ଜରୁରୀକାଳୀନ ବ୍ୟବହାର ସ୍ବୀକୃତି ବିନା କୋଭାକ୍ସିନ୍ ବିଶ୍ବର ଅଧିକାଂଶ ଦେଶ ଦ୍ୱାରା ଗ୍ରହଣୀୟ ଟିକା ଭାବରେ ବିବେଚନା କରାଯିବ ନାହିଁ । ଭାରତ ବାୟୋଟେକ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିବା ନେଇ ଦାବି କରିିବା ପରେ ବି ‘ହୁ’ ପୁଣି ଥରେ ପ୍ରଶ୍ନ ପଚାରିଛି । ସୂଚନାଯୋଗ୍ୟ, ଏଯାବତ୍‌ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ‘ଫାଇଜର୍‌-ବାୟୋଏନ୍‌ଟେକ୍‌’, ‘ଆଷ୍ଟ୍ରାଜେନିକା’, ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’, ‘ମଡର୍ଣ୍ଣା’ ଏବଂ ‘ସାଇନୋଫାର୍ମ’ ନିର୍ମିତ କୋଭିଡ୍-୧୯ ନିରୋଧୀ ଟିକାଗୁଡ଼ିକୁ ‘ଜରୁରୀକାଳୀନ ବ୍ୟବହାର ସ୍ବୀକୃତି’ ପ୍ରଦାନ କରିଛି ।