କରୋନା ସଂକ୍ରମଣକୁ ଦେଖି ଶ୍ରୀମନ୍ଦିର ପ୍ରବେଶ ନେଇ ଏସଓପିରେ ହୋଇପାରେ ପରିବର୍ତ୍ତନ : ଆଜି ବସିବ ଭର୍ଚୁଆଲ୍ ବୈଠକ

ସମସ୍ତ ଭକ୍ତଙ୍କ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ହୋଇପାରେ ବାଧ୍ୟତାମୂଳକ; ପଶ୍ଚିମବଙ୍ଗରୁ ଆସୁଥିବା ଭକ୍ତଙ୍କ ଉପରେ ଲାଗିପାରେ କଟକଣା

78

କନକ ବ୍ୟୁରୋ : କରୋନା କାଳରେ ଶ୍ରୀମନ୍ଦିରକୁ ନେଇ ଆଜି ଆସିପାରେ ବଡ ନିଷ୍ପତ୍ତି । କରୋନା ସଂକ୍ରମଣକୁ ଦେଖି ଶ୍ରୀମନ୍ଦିର ପ୍ରବେଶ ନେଇ ଏସଓପିରେ ହୋଇପାରେ ପରିବର୍ତ୍ତନ । ଏହି ସମ୍ପର୍କରେ ଆଜି ଭର୍ଚୁଆଲ୍ ବୈଠକରେ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ଶ୍ରୀମନ୍ଦିରରେ ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ବାଧ୍ୟତାମୂଳକ କରାଯାଇଛି ।

ସଂକ୍ରମଣ ଏଡାଇବାକୁ ସପ୍ତାହର ଶେଷ ଦୁଇ ଦିନ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ଆଗକୁ ସମସ୍ତ ଭକ୍ତଙ୍କ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ହୋଇପାରେ । ଏପରିକି ପଶ୍ଚିମବଙ୍ଗରୁ ଆସୁଥିବା ଭକ୍ତଙ୍କ ଉପରେ ଲାଗିପାରେ କଡା କଟକଣା । ବିଶେଷ କରି ପଶ୍ଚିମବଙ୍ଗରେ ଟ୍ରିପିଲ ମ୍ୟୁଟାଂଟ ଚିହ୍ନଟ ହେବା ପରେ ଶ୍ରୀମନ୍ଦିରକୁ ଆସୁଥିବା ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ଚିନ୍ତା ଅଧିକ ଘାରିଛି । ଆଜିର ଭର୍ଚୁଆଲ୍ ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ, ଏସପି ଓ ଛତିଶାନିଯୋଗ ସେବାୟତ ଯୋଗ ଦେଉଛନ୍ତି ।