ଟିକାକୁ ଅପେକ୍ଷା କରିଛି ଓଡିଶା : ଟିକାକରଣର ଦୁଇ ତିନିଦିନ ପୂର୍ବରୁ ରାଜ୍ୟକୁ ଆସିପାରେ ଭ୍ୟାକ୍ସିନ; ୧୭ରୁ ୧୯ ଯାଏଁ ପୋଲିଓ ଟୀକାକରଣ ବଦଳରେ ହେବ କରୋନା ଟିକାକରଣ

50

କନକ ବ୍ୟୁରୋ : ଜାନୁଆରୀ ୧୬ ତାରିଖରେ ଟିକାକରଣର ଦୁଇ ତିନି ଦିନ ପୂର୍ବରୁ ରାଜ୍ୟକୁ ଆସିବ କରୋନା ଭ୍ୟାକସିନ । ଓଡିଶାର ୧୬୦ ସ୍ଥାନରେ ଟିକାକରଣ ହେବ । ଦୁଇଟି ଜାଗାରେ ଟୁ ୱେଏ କମ୍ୟୁନିକେସନ ରହିବ । ଡିଏଚ ଏଚ ସୁନ୍ଦରଗଡ ଓ କ୍ୟାପିଟାଲ ହସ୍ପିଟାଲରେ ରହିବ ଏହି ବ୍ୟବସ୍ଥା । ସିଧାସଳଖ ଏହି ଦୁଇ ସ୍ଥାନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଟିକା ସଂପର୍କରେ ଫିଡ ବ୍ୟାକ ନେଇପାରିବେ ।

ଟିକାକରଣକୁ ପରିଚାଳନା କରିବା ପାଇଁ ରାଜ୍ୟ ସ୍ତରରେ ଷ୍ଟେନ ମନିଟରିଂ ଟିମ ଗଠନ ହୋଇଛି । ସେମାନେ ଜିଲ୍ଲାସ୍ତରରେ ଯାଇ ମନିଟରିଂ କରିବେ । କରୋନା ଟିକା କରଣ ପାଇଁ ୧୭,୧୮ ଓ ୧୯ରେ ହେବାକୁ ଥିବା ପଲସ୍ ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।