ନୂଆବର୍ଷରେ କରୋନା ଟିକା ଫାଇଜର ବାୟୋଟେକକୁ ନେଇ ‘ହୁ’ ଦେଲା ଖୁସି ଖବର : ଫାଇଜର ଟିକାକୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଗ୍ରୀନ୍ ସିଗନାଲ୍; ଜରୁରୀକାଳୀନ ବ୍ୟବହାରକୁ ଅନୁମତି

Advertisment
ନୂଆବର୍ଷରେ କରୋନା ଟିକା ଫାଇଜର ବାୟୋଟେକକୁ ନେଇ ‘ହୁ’ ଦେଲା ଖୁସି ଖବର : ଫାଇଜର ଟିକାକୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଗ୍ରୀନ୍ ସିଗନାଲ୍; ଜରୁରୀକାଳୀନ ବ୍ୟବହାରକୁ ଅନୁମତି

କନକ ବ୍ୟୁରୋ : ନୂଆ ବର୍ଷରେ କରୋନା ଟିକାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆସିଛି ଭଲ ଖବର । ଫାଇଜର ଆଣ୍ଡ ବାୟୋଟେକ୍ କରୋନା ଟିକାକୁ ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଛି ଅନୁମତି । ଜରୁରୀକାଳିନ ବ୍ୟବହାର ପାଇଁ ଫାଇଜର ଟିକାକୁ ଅନୁମତି ଦେଇଛି ହୁ । ହୁ ର ଏହି ଅନୁମତି ଏବେ ବିଶ୍ୱର ଆର୍ଥିକ ଦୁର୍ବଳ ଦେଶ ଗୁଡିକ ପାଇଁ ବରଦାନ ପରି ରହିବ ।

କାରଣ ଏହି ରାଷ୍ଟ୍ର ଗୁଡିକ ସହଜରେ ପାଇପାରିବେ ଫାଇଜର ଟିକା । ବର୍ତମାନ ଫାଇଜର ଆଣ୍ଡ୍ ବାୟୋଟେକ୍ ଟିକା ଆମେରିକା, ବ୍ରିଟେନ, ୟୁରୋପୀୟ ରାଷ୍ଟ୍ରଗୁଡିକରେ ଅନୁମତି ମିଳିବା ପରେ ଟିକାକରଣ ଚାଲିଛି । ଏହାକୁ ଅନୁଧ୍ୟାନ କରିବା ପରେ ଫାଇଜର ଆଣ୍ଡ୍ ବାୟୋଟେକ୍ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବ୍ୟବହାର ପାଇଁ ଅନୁମତି ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe