କନକ ବ୍ୟୁରୋ : ନୂଆ ବର୍ଷରେ କରୋନା ଟିକାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆସିଛି ଭଲ ଖବର । ଫାଇଜର ଆଣ୍ଡ ବାୟୋଟେକ୍ କରୋନା ଟିକାକୁ ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଛି ଅନୁମତି । ଜରୁରୀକାଳିନ ବ୍ୟବହାର ପାଇଁ ଫାଇଜର ଟିକାକୁ ଅନୁମତି ଦେଇଛି ହୁ । ହୁ ର ଏହି ଅନୁମତି ଏବେ ବିଶ୍ୱର ଆର୍ଥିକ ଦୁର୍ବଳ ଦେଶ ଗୁଡିକ ପାଇଁ ବରଦାନ ପରି ରହିବ ।

Advertisment

କାରଣ ଏହି ରାଷ୍ଟ୍ର ଗୁଡିକ ସହଜରେ ପାଇପାରିବେ ଫାଇଜର ଟିକା । ବର୍ତମାନ ଫାଇଜର ଆଣ୍ଡ୍ ବାୟୋଟେକ୍ ଟିକା ଆମେରିକା, ବ୍ରିଟେନ, ୟୁରୋପୀୟ ରାଷ୍ଟ୍ରଗୁଡିକରେ ଅନୁମତି ମିଳିବା ପରେ ଟିକାକରଣ ଚାଲିଛି । ଏହାକୁ ଅନୁଧ୍ୟାନ କରିବା ପରେ ଫାଇଜର ଆଣ୍ଡ୍ ବାୟୋଟେକ୍ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବ୍ୟବହାର ପାଇଁ ଅନୁମତି ଦେଇଛି ।