ପିଲାଙ୍କୁ ଶେଷରେ ମିଳିବ ଟିକା: ସୂଚନା ଦେଲେ ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଅଦାର ପୁନାୱାଲା; କହିଲେ, ବ୍ୟବହାର ପାଇଁ ଅନୁମତି ମିଳିଲେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ବୟସ୍କଙ୍କୁ ଦିଆଯିବ ଭ୍ୟାକସିନ

୫ଶହରୁ ୬ଶହ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା: ଦେଶରେ ୯୦ ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା

302

କନକ ବ୍ୟୁରୋ: ୨୦୨୪ ସୁଦ୍ଧା ଦେଶର ସମସ୍ତଙ୍କୁ କୋଭିଡ ଟିକା ମିଳିଯିବ । ଦେଶର ସାଧାରଣ ଜନତାଙ୍କୁ ଅକ୍ସଫୋର୍ଡ ଦ୍ୱାର ପ୍ରସ୍ତୁତ କରୋନା ଟିକା ୫ଶହରୁ ୬ ଶହ ଟଙ୍କା ମୂଲ୍ୟରେ ମିଳିବ । ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀର ୧୮ ତମ ସଂସ୍କରଣରେ ଯୋଗ ଏହା କହିଛନ୍ତି କୋଭିଡ ଟିକା ପ୍ରସ୍ତୁତ କରୁଥିବା ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଅଦାର ପୁନାୱାଲା । ଏହି ଅବସରରେ ସେ କହିଛନ୍ତି ମାସକ ଭିତରେ ଶହେ ମିଲିୟନ କରୋନା ଟିକା ବା ୧୦ କୋଟି ଡୋଜ୍ ପ୍ରସ୍ତୁତ ପାଇଁ ଯୋଜନା ରହିଛି । ଭାରତ ପ୍ରାଥମିକତା ହୋଇଥିବାରୁ ଟିକା ଦେବା ନେଇ ଅନ୍ୟ କୌଣସି ଦେଶ ସହ ସିରମ ଇନଷ୍ଟିଚ୍ୟୁଟ ଚୁକ୍ତି କରିନାହିଁ ।

ପ୍ରଥମେ ଟିକାର ଦର ମହଙ୍ଗା ହୋଇପାରେ ହେଲେ ପର୍ଯ୍ୟାପ୍ତ ଯୋଗାଣ ଓ ବିକଳ୍ପ ଟିକା ବଜାରକୁ ଆସିଗଲେ ଆପେ ଆପେ ଦର କମିଯିବ । ସେହିପରି ଅଦାର ପୁନାୱାଲା କହିଛନ୍ତି ଅକ୍ସଫୋର୍ଡ ବିକଶିତ କରୁଥିବା କୋଭିଡ ଟିକାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ । ୨୦୨୧ ମାର୍ଚ୍ଚ ସୁଦ୍ଧା ୩ଶହରୁ ୪ଶହ ମିଲିୟନ କୋଭିଡ ଟିକାର ଡୋଜ ବଜାରରେ ଉପଲବ୍ଧ ହେବ ବୋଲି କହିଛନ୍ତି ସିରମ ଇନଷ୍ଟିଚ୍ୟୁଟର ମୁଖ୍ୟ ।

ଅନ୍ୟପଟେ, ଟିକା ବ୍ୟବହାର ପାଇଁ ଅନୁମତି ମିଳିବା ପରେ ପ୍ରଥମେ ସମ୍ମୁଖ ଯୋଦ୍ଧା, ବୟସ୍କ ବ୍ୟକ୍ତି ଓ ଅତି ସମ୍ବେଦନଶୀଳ ଲୋକଙ୍କୁ ଦିଆଯିବ । ତେବେ ଟିକା ପାଇଁ ଛୋଟ ପିଲାମାନଙ୍କୁ ଟିକେ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ । ଯେହେତୁ କରୋନା ମୁକାବିଲା କରିବାରେ ଅପେକ୍ଷାକୃତ ଭାବେ ପିଲାମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ସକ୍ଷମ ସେଥିପାଇଁ ସେମାନଙ୍କ ପାଇଁ ଟିକା ଉପଲବ୍ଧ ହେବାବେଳକୁ ପ୍ରାୟ ଚାରିମାସ ସମୟ ଲାଗି ଯାଇପାରେ । ଅର୍ଥାତ ଶେଷ ପର୍ଯ୍ୟାୟରେ ପିଲାମାନଙ୍କୁ ଟିକାକରଣ କରାଯିବ । ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀର ୧୮ ତମ ସଂସ୍କରଣରେ ଯୋଗ ଏହା କହିଛନ୍ତି କୋଭିଡ ଟିକା ପ୍ରସ୍ତୁତ କରୁଥିବା ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଅଦାର ପୁନାୱାଲା ।