ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିିଠାରୁ ଆରମ୍ଭ ହେବ ଅନଲାଇନ୍ ପଞ୍ଜିକରଣ : ଓଡ଼ିଶାରେ ପ୍ରାୟ ୨ କୋଟି ଯୁବବର୍ଗଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ

ଟିକାକରଣରେ ବିଳମ୍ବ ହେବା ନେଇ ଆଶଙ୍କା; ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ, ଟିକା ଆସିଲେ ହେବ ଟିକାକରଣ ହେବ

247

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିିଠାରୁ ଆରମ୍ଭ ହେବ ଅନଲାଇନ୍ ପଞ୍ଜିକରଣ । ଏହି ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାୟ ୨ କୋଟି ଯୁବବର୍ଗଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ଥିବା ବେଳେ ଦେଶରେ ଏହି ବର୍ଗରେ ଅଛନ୍ତି ପ୍ରାୟ ୬୫ କୋଟି ଲୋକ ।

ମେ’ ପହିଲାରୁ ଆରମ୍ଭ ହେଉଥିବା ଟିକାକରଣରେ ୧୮ରୁ ୪୪ ବର୍ଷ ମଧ୍ୟରେ ଯୁବବର୍ଗଙ୍କୁ ସାମିଲ କରାଯାଇଛି । ତେଣୁ ପୂର୍ବ ଦୁଇ ପର୍ଯ୍ୟାୟ ଅପେକ୍ଷା ଏହି ପର୍ଯ୍ୟାୟରେ ବହୁ ଅଧିକ ଲୋକଙ୍କ ଟିକାକରଣ ହେବ । ଆଉ ଠିକ୍ ଏତିକି ବେଳେ ଟିକାକରଣରେ ବିଳମ୍ବ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି, ଯେତେବେଳେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି- ଟିକା ଆସିଲେ ଟିକାକରଣ ହେବ ।