କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିିଠାରୁ ଆରମ୍ଭ ହେବ ଅନଲାଇନ୍ ପଞ୍ଜିକରଣ । ଏହି ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାୟ ୨ କୋଟି ଯୁବବର୍ଗଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ଥିବା ବେଳେ ଦେଶରେ ଏହି ବର୍ଗରେ ଅଛନ୍ତି ପ୍ରାୟ ୬୫ କୋଟି ଲୋକ ।
ମେ’ ପହିଲାରୁ ଆରମ୍ଭ ହେଉଥିବା ଟିକାକରଣରେ ୧୮ରୁ ୪୪ ବର୍ଷ ମଧ୍ୟରେ ଯୁବବର୍ଗଙ୍କୁ ସାମିଲ କରାଯାଇଛି । ତେଣୁ ପୂର୍ବ ଦୁଇ ପର୍ଯ୍ୟାୟ ଅପେକ୍ଷା ଏହି ପର୍ଯ୍ୟାୟରେ ବହୁ ଅଧିକ ଲୋକଙ୍କ ଟିକାକରଣ ହେବ । ଆଉ ଠିକ୍ ଏତିକି ବେଳେ ଟିକାକରଣରେ ବିଳମ୍ବ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି, ଯେତେବେଳେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି- ଟିକା ଆସିଲେ ଟିକାକରଣ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/COVID-19_Vaccination_PTI_Final.jpg)