୧୬ରେ ରାଜ୍ୟବ୍ୟାପି ଟିକାକରଣ ପାଇଁ ପ୍ରସ୍ତୁତି: ଏସସିବି ଭେଷଜ ମୁଖ୍ୟ ଡ଼ାକ୍ତର ଜୟନ୍ତ ପଣ୍ଡା କହିଲେ, ଟିକା ନେବା ପରେ କରୋନା ହେଲେ ନିଅନ୍ତୁ ନାହିଁ ଦ୍ୱିତୀୟ ଡୋଜ

ସୁସ୍ଥ ହେବା ପରେ ନେଇ ପାରିବେ ଟିକା

196

କନକ ବ୍ୟୁରୋ: ଓଡ଼ିଶାରେ ଏବେ ଦ୍ୱିତୀୟ କରୋନା ଟିକା ପହଂଚିସାରିଛି । ଆସନ୍ତା ୧୬ ତାରିଖରେ ରାଜ୍ୟବ୍ୟାପି ଟିକାକରଣ ଆରମ୍ଭ ହେବ । ଯେଉଁମାନେ କରୋନା ଟିକାର ପ୍ରଥମ ଡୋଜ ନେବାର କିଛି ଦିନ ପରେ କରୋନା ସଂକ୍ରମିତ ହେବେ ସେମାନେ ଦ୍ୱିତୀୟ ଡୋଜ ଠିକ୍ ସମୟରେ ନେଇ ପାରିବେ ନାହିଁ । କରୋନାରୁ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ଏସ୍ସିବି ଭେଷଜ ବିଭାଗର ମୁଖ୍ୟ ଡ଼ାକ୍ତର ଜୟନ୍ତ ପଣ୍ଡା ।

ସେ କହିଛନ୍ତି ରାଜ୍ୟର ୧୬୦ଟି କେନ୍ଦ୍ରରେ ଟିକା ଦାନର ବ୍ୟବସ୍ଥା କରାଯାଇଛି । ପ୍ରତି କେନ୍ଦ୍ରରେ ଦୈନିକ ସର୍ବାଧିକ ୧୦୦ ଜଣଙ୍କଚ ଟିକା ଦିଆଯିବ । ଯଦି କମ୍ ହିତାଧିକାରୀ ଥାଆନ୍ତି ତାହାଲେ ୨କିମ୍ବା ୩ଟି କେନ୍ଦ୍ରକୁ ମିଶାି ଗୋଟି, କେନ୍ଦ୍ର କରାଯାଇ ପାରିବ । ସକାଳ ୯ଟାରୁ ଟିକାଦାନ ଆରମ୍ଭ ହୋଇ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଟିକା ଦିଆଯିବ । ଯାହାକୁ ଯେଉଁଦିନ ପାଇଁ ମେସେଜ୍ ଯାଇଥିବ ସେହି ବ୍ୟକ୍ତିି ସେହି ଦିନ ପାଇଁ ଟିକା ନେଇ ପାରିବେ । ଯଦି କୌଣସି କାରଣ ବକତଃ ସେହିଦିନ ଟିକା ନେବା ପାଇଁ ଆସି ନ ପାରିଲେ ତାହାଲେ ସ୍ଥାନୀୟ ଜିଲ୍ଲା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ହେବ ।