ଟିକାକରଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଓଡିଶା: ଟିକା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ହେବ ତଥ୍ୟ ଯାଂଚ; ଅବଜରଭେସନରେ ରଖାଯିବ ୩୦ ମିନିଟ୍

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଏ ମାସରେ ଓଡିଶା ପହଂଚିବ ଟିକା

146

କନକ ବ୍ୟୁରୋ: ଟିକାକରଣ ପାଇଁ ଓଡିଶା ସରକାରଙ୍କ ପ୍ରସ୍ତୁତି । ଏହି ମାସରେ ଓଡିଶାରେ କରୋନା ଟିକା ପହଚିଂବା ନେଇ ଆଶା କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ । ଟିକାକରଣ ପାଇଁ ୨୯ ହଜାର ସେସନ ସାଇଟ ଅଛି । ହେଲେ ପ୍ରଥମ ପର୍ଯ୍ୟାୟରେ ଏତେ ଦରକାର ହେବନି । ଗତକାଲି ସ୍ୱାସ୍ଥ୍ୟସଚିବ ଏହି ସେସନ ସାଇଟର ଫିଜିବିଲିଟି ଦେଖିବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରମାନଙ୍କୁ ଚିଠି ଲେଖିଛନ୍ତି ।

ସେସନ ସାଇଟରେ ପ୍ରତିକ୍ଷା ରୁମ, ଟିକାକରରଣ ରୁମ, ଓ ଅବଜରଭେସନ ରୁମ ଠିକ ଅଛି କି ନାହିଁ ସେମାନେ ଦେଖିବେ । ପ୍ରଥମେ ପ୍ରତିକ୍ଷା ରୁମରେ ଟିକା ପାଇବା ଲୋକଙ୍କ ତଥ୍ୟ ଯାଂଚ ହେବ ଯେ ସେମାନଙ୍କ ନାଁ ଡାଟାବେଶରେ ଅଛି କି ନାହିଁ । ଏହା ପରେ ଟିକାକରଣ ରୁମରେ ସେମାନଙ୍କ ବାକି ତଥ୍ୟ ଯାଂଚ ହୋଇ ଟିକା ଦିଆଯିବ । ତା ପରେ ସେମାନଙ୍କୁ ଅବଜରଭେସନ ରୁମରେ ୩୦ ମିନିଟ ରଖାଯିବ । ଏବେ ୩ ଲକ୍ଷ ୨୮ ହଜାର ୫୦୦ ଜଣଙ୍କ ଡାଟା ବେଶ ପ୍ରସ୍ତୁତ ହୋଇଛି । ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ବେଳେ କେବେଳ ଟିକାକୁ ଅପେକ୍ଷା କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ।