କନକ ବ୍ୟୁରୋ : ଦଶରେ ଟିକାକରଣ ନିୟମରେ ପରିବର୍ତ୍ତନ ପାଇଁ ନବୀନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଚିଠି ଲେଖି ନବୀନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାର ଟିକା କିଣି ରାଜ୍ୟଗୁଡିକୁ ଯୋଗାଇ ଦେବାପାଇଁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେହିପରି ଟିକାଦାନ ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛାଡିବାକୁ କହିଥିଲେ । ଏହି ମର୍ମରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଏକାଠି ହୋଇ କେନ୍ଦ୍ର ନିକଟରେ ଦାବି କରିବାକୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ । ଏପରିକି ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ନିଜେ କଥା ହୋଇଥିଲେ । ଏହାପରେ ନବୀନଙ୍କ ଦାବିରେ ସ୍ୱର ମିଳାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ । ଦେଶ କରୋନା ମହାମାରୀ ବିରୋଧରେ ଲଢୁଥିବାବେଳେ ଓଡିଶା ସହିତ ମିଶି ମୁକାବିଲା କରିବା ପାଇଁ ସେ ଇଚ୍ଛୁକ ଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/30-2.jpg)