ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ମତ : କହିଲେ, ଟିକା ନେବା ପରେ କୋଭିଡ ହେବନି ଏପରି କିଛି ନାହିଁ; କିନ୍ତୁ ଟିକା ନେବା ପରେ କମୁଛି ସିଭିୟରିଟି

713

କନକ ବ୍ୟୁରୋ : ଟିକା ଦୁଇଟି ଡ଼ୋଜ ନେବା ପରେ କାହିଁକି ସଂକ୍ରମିତ ହେଉଛନ୍ତି ଲୋକେ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ପରିବେଶରେ ସଂକ୍ରମଣ ଥିବାରୁ ହେଉଛି ସଂକ୍ରମଣ । କିନ୍ତୁ ଟିକା ନେବା ପରେ କମୁଛି ସିଭିୟରିଟି । ଟିକା ନେବା ପରେ କୋଭିଡ ହେବନି ଏପରି କିଛି ନାହିଁ । ବିଭିନ୍ନ ଟିକା ୭୦ ରୁ ୯୦% ଭିତରେ କାର୍ଯ୍ୟ କରୁଛି । ଟିକା ନେବା ଦ୍ୱାରା ଆମ ଦେହରେ କୋଭିଡର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ। ଓଡ଼ିଶାରେ ଦେଖାଯାଉଛି ଟିକାର ଡବଲ ଡୋଜ ନେବା ପରେ କିଛି ସଂକ୍ରମିତ ହେଉଛନ୍ତି । ତାହା ଉପରେ ଅଧିକ ପରୀକ୍ଷା ନିରୀକ୍ଷା କରିବା ପାଇଁ ସରକାର ଟେକନିକାଲ କମିଟି ଗଠନ କରିଛନ୍ତି । ବିଶେଷ କରି ସେମାନେ ୪ ଦିଗ ଉପରେ କାର୍ଯ୍ୟ କରିବେ । ଏନେଇ ସୁଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

– ରାଜ୍ୟରେ କେତେ ଲୋକଙ୍କୁ ଦୁଇ ଡୋଜ ଟିକା ନେବା ପରେ ସଂକ୍ରମଣ ହୋଇଛି ?
– ଦୁଇ ଡୋଜର କେତେ ଦିନ ପରେ ସେମାନଙ୍କୁ ସଂକ୍ରମଣ ହୋଇଛି ?
– ଯଦି ସଂକ୍ରମଣ ହୋଇଛି ତେବେ ସିଭିୟରିଟି କେତେ ଥିଲା ?
– ଯଦି ସିଭିୟରିଟି ଥିଲା ଡେଥ ହୋଇଛି ତେବେ ତାଙ୍କ ଭିତରେ କିଛି ଅଲଗା ରୋଗ ଥିଲା କି କିମ୍ୱା ଏହା ସମ୍ପୂର୍ଣ୍ଣ କୋଭିଡ ଡେଥ ?

ତେବେ ତାଙ୍କ ଭିତରେ କିଛି ଅଲଗା ରୋଗ କି ଏହା ସମ୍ପୁର୍ଣ୍ଣ କୋଭିଡ଼ ଡ଼େଥ ଏହା ଉପରେ କମିଟି ଡ଼ାଟା ପ୍ରସ୍ତୁତ କରି ବିଶ୍ଳେଷଣ କରୁଛନ୍ତି । ତେଣୁ ଟିକା ନେବା ପରେ କରୋନା ଗାଇଡ଼ ଲାଇନକୁ ଠିକ୍ ଭାବେ ଅନୁପାଳନ କରନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।