ଦେଶରେ ଦ୍ରୁତ ହେଉଛି ଟିକାକରଣ ଅଭିଯାନ । ୨୫ କୋଟିରୁ ଅଧିକ ଲୋକଙ୍କୁ ଦିଆଗଲାଣି ଟିକା

132

କନକ ବ୍ୟୁରୋ : ଭାରତରେ ଏପର୍ଯ୍ୟନ୍ତ ୨୫ କୋଟି ୩୧ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆ ସରିଲାଣି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ମୁତାବକ ୨୫ କୋଟି ୩୧ ଲକ୍ଷ ୯୫ ହଜାର ୪୮ ଜଣ ଲୋକଙ୍କ ଟିକା ଦିଆଯାଇଛି । ଏହା ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ଡୋଜ ସାମିଲ ÷ଛି । ୧୮ ରୁ ୪୪ ବର୍ଷ ବୟସ୍କ ଲୋକମାନଙ୍କ ମଧ୍ୟରୁ ୪ କୋଟି ରୁ ଅଧିକ ଲୋକଙ୍କୁ କୋଭିଡ ଟିକାର ପ୍ରଥମ ଡୋଜ ଦିଆଯାଇଥିବା କୁହାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ୪୫ ରୁ ଅଧିକ ବୟସର ୧୩ କୋଟି ୭୯ ଲକ୍ଷ ୧ ହଜାର ୪୪୫ ଜଣ ଲୋକଙ୍କ ଟିକାର ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୩,୧୮,୧୮,୦୯୫ ଲୋକଙ୍କୁ ଟିକାର ଦ୍ୱିତୀୟ ଡୋଜ ବି ଦିଆଯାଇଛି । ଏହା ବ୍ୟତୀତ ୧ କୋଟିରୁ ଅଧିକ ସ୍ୱାସ୍ଥ୍ୟକର୍ମୀ, ୧ କୋଟି ୬୭ ଲକ୍ଷରୁ ଅଧିକ କୋଭିଡ ଯୋଦ୍ଧାଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ

  • ୧,୦୦ ,୪୮,୧୮୩ ଜଣ ସ୍ୱାସ୍ଥ୍ୟ କର୍ମୀ ଓ ୧,୬୭,୨୮,୨୭୨ ଆଗଧାଡିର କରୋନା ଯୋଦ୍ଧାକୁ ଟିକାର ପ୍ରଥମ ଡୋଜ ଦିଆଯାଇଛି ।
  • ୬୯,୬୩,୩୪୭ ସ୍ୱାସ୍ଥ୍ୟକର୍ମୀ ଓ ୮୮,୪୨,୨୯୨ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକାର ଦ୍ୱିତୀୟ ଡୋଜ ଦିଆଯାଇଛି ।
  • ୬୦ ବର୍ଷରୁ ଅଧିକ ବୟସର ୬,୨୪,୭୨,୭୩୨ ଲୋକଙ୍କ ଟିକାର ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୧,୯୮,୭୫,୧୬୯ ଜଣଙ୍କୁ ଟିକାର ଦ୍ୱିତୀୟ ଡୋଜ ଦିଆଯାଇଛି ।
  • ୪୮ ବର୍ଷରୁ ୬୦ ବର୍ଷ ବୟସ ମଧ୍ୟରେ ୭,୫୪,୨୮,୭୧୩ ଲୋକଙ୍କୁ ପ୍ରଥମ ଓ ୧,୧୯,୪୨,୯୨୬ ଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି ।
  • ୧୮ ରୁ ୪୪ ବର୍ଷ ବୟସ ମଧ୍ୟରେ ୪,୦୨,୧୫,୫୬୧ ଓ ୬,୭୭,୮୫୩ ଜଣଙ୍କୁ ଟିକାର ଦ୍ୱିତୀୟ ଡୋଜ ଦିଆଯାଇଛି ।

କହିରଖୁ କି ଦେଶବ୍ୟାପୀ ଜାନୁଆରୀ ୧୬ ତାରିଖରୁ ଟିକା କରଣ ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଟିକା ଦିଆଯାଇଥିବା ବେଳେ ଫେବୃଆରୀ ୨ ତାରିଖରୁ କରୋନା ଯୋଦ୍ଧା ମାନଙ୍କୁ ଟିକା ଦିଆଯାଇଥିଲା । ଏହାପରେ ୬୦ ବର୍ଷରୁ ଅଧିକ , ୪୫ ବର୍ଷରୁ ଅଧିକ ଓ ଏବେ ୧୮ ରୁ ୪୪ ବର୍ଷର ଲୋକଙ୍କୁ ଟିକା