କୋଭିସିଲ୍ଡ ଓ କୋଭାକ୍ସିନର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଦିଆଯାଇପାରେ କୋରବେଭାକ୍ସର ବୁଷ୍ଟର ଡୋଜ୍

1,309

କନକ ବ୍ୟୁରୋ : ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଦିଆ ଯାଇପାରେ ବୁଷ୍ଟର ଡୋଜ୍ ଟିକା । ଭାରତରେ ବିକାଶ କରାଯାଇଥିବା କୋର୍ବେଭାକ୍ସ ଟିକାର ସିଙ୍ଗିଲ ଡୋଜ୍ ଦିଆଯିବ ବୋଲି ଜଣାପଡିଛି । ତେବେ ଆଗାମୀ ନଭେମ୍ବର ସୁଦ୍ଧା ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ତଥ୍ୟ ଦାଖଲ କରିବ ଟିକା ପ୍ରସ୍ତୁତ କରିଥିବା ହାଇଦ୍ରାବାଦ କମ୍ପାନି ବାୟୋଲୋଜିକାଲ-ଇ ।

କମ୍ପାନି ତାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣର ତଥ୍ୟ ଦାଖଲ କରିସାରିଛି । ସମ୍ବାଦ ସରବରାହ ସଂସ୍ଥା ଏନଆଇର ସୂଚନା ଅନୁସାରେ ନଭେମ୍ବର ସୁଦ୍ଧା ସମସ୍ତ ତଥ୍ୟ ଦେବ ବୋଲି କମ୍ପାନି କହିଛି । ୫ରୁ ୧୮ ବର୍ଷର ପିଲାଙ୍କ ଉପରେ ମଧ୍ୟ କମ୍ପାନି ତାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ କରିବାକୁ ଗତ ସେପ୍ଟେମ୍ବର ପହିଲାରେ ଅନୁମତି ଦେଇଥିଲା ଡିସିଜିଆଇ । ଏପରିକି କମ୍ପାନିକୁ ୩୦ କୋଟି ଡୋଜ୍ ଟିକା ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର ଆଗୁଆ ଅର୍ଡର ଦେଇଥିବା ଜଣାପଡିଛି ।