କନକ ବ୍ୟୁରୋ : ବିଶ୍ୱ ମହାମାରୀ କରୋନାରୁ ଖୁବ ଶୀଘ୍ର ମିଳିବାକୁ ଯାଉଛି ମୁକ୍ତି । କାରଣ ୧୩୦ କୋଟି ଲୋକଙ୍କ ଦେଶ ଭାରତରେ ଏହି ମହାମାରୀର ମୁକାବିଲା ପାଇଁ ବଡ଼ ଧରଣର ଲଢେଇ ଆରମ୍ଭ ହେବାକୁ ଯାଉଛି ।
କେମିତି ପହଂଚିବ କରୋନା ଟିକା ?
- ଦେଶର ୧୩ଟି ସହରରେ ପହଂଚିବ କୋଭିସିଲ୍ଡ ଟିକା
- ଦିଲ୍ଲୀରେ ସ୍ପାଇସ ଜେଟ୍ରେ ପହଂଚିବ କରୋନା ଟିକା
- ପୁଣେର ସେରମ ଇନଷ୍ଟିଚ୍ୟୁଟ ଦେଲା ୧ କୋଟି ଡୋଜ୍
- କେବଳ ମୁମ୍ବାଇକୁ ସଡକ ପଥରେ ଆସୁଛି ଟିକା
- ଦେଶର ଅନ୍ୟ ୧୨ ସହରକୁ ବିମାନରେ ଟିକା ପରିବହନ
- ସାକଳ ସାଢେ ୪ଟାରୁ ପୁଣେରୁ ବାହାରିଥିଲା ଟିକା
- ଟିକା ସଂରକ୍ଷଣ ପାଇଁ କେନ୍ଦ୍ର ଓ ରାଜ୍ୟର ୪୮ଟି ସ୍ଥାନ ଚିହ୍ନଟ
- ଏହିଠାରୁ ଦେଶର ବିଭିନ୍ନ ଭାଗକୁ ଯିବ କରୋନା ଟିକା
ରାଜ୍ୟରେ ଅପରାହ୍ଣରେ ପହଂଚିବ ଟିକା :
- ପୁଣେରୁ ଭୁବନେଶ୍ୱର ଅଭିମୁଖେ ବାହାରିଛି ଟିକା
- ସେରମ ଇନଷ୍ଟିଚ୍ୟୁଟରୁ ଆସୁଛି କୋଭିସିଲ୍ଡ ଟିକା
- ଭୁବନେଶ୍ୱରରେ ପହଂଚିବ ୪୦ହଜାର ୮ଶହ ଡୋଜ୍
- ସ୍ପାଇସଜେଟ୍ ବିମାନରେ ଆସୁଛି କୋଭିସିଲ୍ଡ ଟିକା
- ଅପରାହ୍ନ ୪ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବ
- ରାଜ୍ୟ ଟିକା କେନ୍ଦ୍ରରେ ରଖାଯିବ କୋଭିସିଲ୍ଡ ଟିକା
- ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସାନ ସଚିବଙ୍କ ସୂଚନା
ତେବେ ଟିକା ଆସିବା ମାତ୍ରେ ଟିକାକରଣ ଆରମ୍ଭ ହେବ । ପ୍ରାୟ ୩ କୋଟି ଲୋକଙ୍କୁ ଟିକା ଦିଆଯିବାର ଟାର୍ଗେଟ ରଖାଯାଇଛି ।
୧୬ ତାରିଖରେ ଦେଶରେ ଆରମ୍ଭ ହେବ ଟିକାକରଣ ।
ପ୍ରଥମ ଗ୍ରୁପ - ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ - ପ୍ରାୟ ୧ କୋଟି
ଦ୍ୱିତୀୟ ଗ୍ରୁପ- ଆଗ ଧାଡିର କୋଭିଡ ଯୋଦ୍ଧା - ପ୍ରାୟ ୨ କୋଟି
ତୃତୀୟ ଗ୍ରୁପ- ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି - ପ୍ରାୟ ୨୭ କୋଟି
ଦିଲ୍ଲୀରେ ଟିକା ପହଚିଂ ସାରିଥିବା ବେଳେ ଭୁବନେଶ୍ୱର ଅଭିମୁଖେ ମଧ୍ୟ ବାହାରିଛି କୋଭିସିଲ୍ଡ ଟିକା । ଅପରାହ୍ନରେ ଏହା ଭୁବନେଶ୍ୱର ବିମାନ ବନ୍ଦରରେ ପହଚିଂବ ବୋଲି ସୂଚନା ମିଳିଛି । ପ୍ରଥମ ଦଫାରେ ଭୁବନେଶ୍ୱରରେ ପହଂଚିବ କୋଭିସିଲ୍ଡ ଟିକାର ୪୦ ହଜାର ୮ଶହ ଭାଇଲ । ଗୋଟିଏ ଭାଇଲରୁ ୧୦ ଜଣଙ୍କୁ ଟିକା ଦିଆଯାଇପାରିବ । ଅର୍ଥାତ ପ୍ରଥମ ଦଫାରେ ଆସୁଥିବା ଟିକା ୪ ଲକ୍ଷ ୮ ହଜାର ଲୋକଙ୍କୁ ଦିଆଯାଇପାରିବ । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ୬୫୦ ସ୍ୱାସ୍ଥୃକର୍ମୀଙ୍କ ତାଲିକା କେନ୍ଦ୍ରକୁ ଦେଇଛନ୍ତି । ଓଡିଶାର ୧୬୨ଟି କେନ୍ଦ୍ରରେ ଟିକାକରାଣ ହେବ ବୋଲି କହିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।