ଫେବ୍ରୁୟାରୀ ୧୦ ସୁଦ୍ଧା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସାରିବାକୁ ଲକ୍ଷ୍ୟ: ପଛରେ ପଡିଥିବା ଭୁବନେଶ୍ୱର ଓ ୮ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗର ତାଗିଦ୍

ଡେଡଲାଇନ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କ ଶହେ ପ୍ରତିଶତ ଟିକାକରଣ ପାଇଁ ନିର୍ଦ୍ଦେଶ

79

କନକ ବ୍ୟୁରୋ: ଫେବ୍ରୁଆରୀ ୧୦ ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଟିକାକରଣ ଉତ୍ସାହଜନକ ରହିଥିବା ବେଳେ ଭୁବନେଶ୍ୱର ସମେତ ୮ଟି ଜିଲ୍ଲା ପଛରେ ପଡିଛନ୍ତି । ତେଣୁ ଡେଡଲାଇନ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କୁ ଶହେ ପ୍ରତିଶତ ଟିକାକରଣ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଟିକାକରଣରେ ପଛରେ ଥିବା ଜିଲ୍ଲାଗୁଡିକ ହେଉଛି, ଦେବଗଡ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, ନୟାଗଡ, କଟକ, ସମ୍ବଲପୁର, କେନ୍ଦୁଝର ଓ ଭୁବନେଶ୍ୱର ସହରାଂଚଳ ।

ସେପଟେ, କରୋନା ମୁକାବିଲା ହେଉ କି ଟିକାକରଣ ସବୁଥିରେ ଓଡ଼ିଶା ନୂଆ ନୂଆ ମାଇଲଷ୍ଟୋନ୍ ଛୁଇଁଛି । ପୁଣି ଥରେ ଓଡ଼ିଶା ରଚିଛି ଇତିହାସ, ରାଜ୍ୟ ଭାବେ ଟିକାକରଣରେ ଓଡିଶା ଏବେ ପ୍ରଥମ ସ୍ଥାନରେ ଅଛି । ପ୍ରଥମ ସ୍ଥାନରେ ଥିବା ଲାକ୍ଷାଦୀପ କେନ୍ଦ୍ର ଶାସିତ ଅଂଚଳ । ତେଣୁ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଆଗରେ ଅଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଯେଉଁ ସ୍ୱାସ୍ଥ୍ୟକର୍ମୀ ମାନେ ଦାବି କରି ଟିକା ନେଉନଥିଲେ, ସେମାନଙ୍କୁ ଗତକାଲିଠୁ ଟିକା ଦେବା ଆରମ୍ଭ ହୋଇଛି ।

ଗତକାଲି ସୁଦ୍ଧା ୧ ଲକ୍ଷ ୯୪ ହଜାର ୫୮ ଜଣ ଟିକା ନେଇଥିଲେ । ଆଉ ୧ ଲକ୍ଷ ୪୪ ହଜାର ୬୪୨ ଜଣ ଟିକା ନେବାକୁ ବାକି ଅଛନ୍ତି । ପଲସ ପୋଲିଓ ୩୧ ଜାନୁଆରୀରୁ ଫେବ୍ରୁଆରୀ ୨ ପର୍ଯ୍ୟନ୍ତ ଚାଲିବ । ତେଣୁ ଏହି ୩ ଦିନ କୋଭିଡ ଟିକାକରଣ ବନ୍ଦ ରହିବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।