କନକ ବ୍ୟୁରୋ: ମହାମାରୀ ବିରୋଧରେ ମହାଲଢେଇ । ଇତିହାସ ରଚିଲା ଭାରତ । ଆଜିଠୁ ସାରା ଦେଶରେ ଆରମ୍ଭ ହେଲା କରୋନା ଟିକାକରଣ । ଦେଶରେ ଆଜି ପ୍ରଥମ ଦିନରେ ୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଭିଡ୍୧୯ ଟିକାକରଣ କରାଯିବା ସହ ବିଶ୍ୱର ସବୁଠି ବଡ ଟିକାରଣ ଅଭିଯାନ ଆରମ୍ଭ ଆରମ୍ଭ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ଆଜି ଟିକାକରଣର ଶୁଭାରମ୍ଭ କରିଛନ୍ତି । ଏହାପରେ ସାରା ଦେଶରେ ଟିକାକରଣ ଅଭିଯାନର ଶୁଭାରମ୍ଭ ହୋଇଛି ।
ତେବେ କୋଭିଡ୍ ଟିକାକରଣର ଶୁଭାରମ୍ଭ ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ପ୍ରଥମ ଟିକା ନେବା ପରେ ମାସ୍କ କିମ୍ବା ସାମାଜିକ ଦୂରତା ରକ୍ଷା କରିବା ବି ସେତିକି ଜରୁରୀ ଯେତିକି ପୂର୍ବରୁ ରହିତାିଲା । ଟିକା ନେବା ପରେ ଭାବନ୍ତୁ ନି କି ଦେଶରୁ ମହାମାରୀର ଅନ୍ତ ହୋଇଗଲା, କରୋନା ମରିନି କିନ୍ତୁ କରୋନାକୁ ଆମା ହରାଇଛୁ । ତେଣୁ ଟିକା ଆସିଗଲା ବୋଲି ଆମେ ଆଶ୍ୱସ୍ତି ହୋଇଯିବା । ପୂର୍ବରୁ ଯେଉଁ କଟକଣା ଜାରି ହୋଇଥିଲା ଟିକା ନେବା ପରେ ବି ଆମକୁ ତାହା ମାନିବାକୁ ପଡିବ । ସେହିଭଳି ଟିକାକୁ ନେଇ ଅନେକ ଅପପ୍ରଚାର ସୃଷ୍ଟି ହୋଇଛି । ତେବେ ଏଭଳି ଗୁଜବ ତଥା ଅପପ୍ରଚାରକୁ ବିଶ୍ୱାସ ନକରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/20-20.jpg)