ଭାରତରେ ୧୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଗୋଟିଏ ଦିନରେ ସର୍ବାଧିକ ୩୬ ହଜାର ନୂଆ ମାମଲା, ସର୍ବାଧିକ ୬୮୪ ମୃତ; ମାତ୍ର ୬ ଦିନରେ ୮ରୁ ୧୦ ଲକ୍ଷରେ ପହଂଚିଲା ସଂକ୍ରମଣ ସଂଖ୍ୟା

162

କନକ ବ୍ୟୁରୋ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୫ ହଜାର ଛୁଇଁଛି । ଗୋଟିଏ ଦିନରେ ସର୍ବାଧିକ ୩୬ ହଜାର ନୂଆ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ଗୋଟିଏ ଦିନରେ ସର୍ବାଧିକ ୬୮୪ ଜଣଙ୍କ ମୃତ୍ୟୁ ହୋଇଛି ।  ୧୦ ଲକ୍ଷ କରୋନା ମାମଲା ଅତିକ୍ରମ କରିବାରେ ଭାରତ, ଆମେରିକା ଏବଂ ବ୍ରାଜିଲ ପରେ ତୃତୀୟ ଦେଶ । ବଡ଼ କଥା ହେଉଛି ମାତ୍ର ୬ ଦିନରେ ଭାରତରେ କରୋନା ସଂକ୍ରମଣର ମାମଲା ୬ ଲକ୍ଷରୁ ୧୦ ଲକ୍ଷ ଟପି ଯାଇଛି ।

ତେବେ ୬ ଲକ୍ଷରୁ ୮ ଲକ୍ଷ ମାମଲା ପହଂଚିବା ପାଇଁ ୯ ଦିନ ଲାଗିଥିଲା । ସେହିପରି ୨୦ ହଜାରରୁ ୨୫ ହଜାର ମୃତ୍ୟୁ ସଂଖ୍ୟା ପହଂଚିବା ପାଇଁ ସମୟ ଲାଗିଛି ମାତ୍ର ୧୦ ଦିନ । ଏ ସମ୍ପର୍କରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।