ରାଜ୍ୟରେ ସାମଗ୍ରିକ ଭାବେ ସଂକ୍ରମଣ କମୁଛି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ : କେସ୍ ଲୋଡ୍ , ଟିପିଆର ଓ ଲୋକଙ୍କ କୋଭିଡ୍ ଗାଇଡଲାଇନ୍ ଅନୁପାଳନକୁ ଦେଖି ଅନଲକ୍ ନିଷ୍ପତ୍ତି ନେବେ ସରକାର

87

କନକ ବ୍ୟୁରୋ : ରାଜ୍ୟରେ ସାମଗ୍ରୀକ ଭାବେ ସଂକ୍ରମଣ କମିଛି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । କେସ ଲୋଡ, ଟେଷ୍ଟ ପଜିଟିଭ ରେଟ ଓ ଲୋକଙ୍କ କୋଭିଡ ଗାଇଡ ଲାଇନ ଅନୁପାଳନକୁ ଆଖିରେ ରଖି ଅନଲକ ସଂପର୍କରେ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ନିୟମ କୋହଳ ହେଲେ ବି ଲୋକେ ନିଜ ଦାୟିତ୍ୱ ଭୁଲନ୍ତୁ ନାହିଁ । ନ ହେଲେ ପୁଣି ସଂକ୍ରମଣ ବଢିବ ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସେପଟେ, ରାଜ୍ୟରେ ଡେଙ୍ଗୁ କିଛି ମାତ୍ରାରେ ବଢ଼ିଛି । ମାତ୍ର ତାହା ଭୟାବହତା ନୁହେଁ । ଗତକାଲି ସୁଦ୍ଧା ଭୁବନେଶ୍ୱର ୫୫ ଜଣ ଡେଙ୍ଗୁ ଚିହ୍ନଟ ହୋଇଛନ୍ତି । ସ୍ଥିତି ବିଶେଷ ଚିନ୍ତାଜନକ ନୁହେଁ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର ।