ଟିକାର ନିଅଣ୍ଟିଆ ସ୍ଥିତି ଭିତରେ ଓଡ଼ିଶାରେ ପାଳିତ ହେବ ଟିକା ଉତ୍ସବ : ଓଡ଼ିଶା ପାଖରେ ରହିଛି ମାତ୍ର୩ ଲକ୍ଷ ୩୦ ହଜାର ଟିକା

95

କନକ ବ୍ୟୁରୋ : ଟିକାର ନିଅଂଟିଆ ସ୍ଥିତି ଭିତରେ ଓଡ଼ିଶାରେ ପାଳିତ ହେବ ଟିକା ଉତ୍ସବ । ଆଜିଠାରୁ ଦେଶ ବ୍ୟାପି ଟିକା ଉତ୍ସବ ଆରମ୍ଭ ହୋଇଥିବା ବେଳେ ଓଡ଼ିଶା ପାଖରେ ରହିଛି ମାତ୍ର ୩ ଲକ୍ଷ ୩୦ ହଜାର ଟିକା । ବଡ଼ କଥା ହେଉଛି ଓଡ଼ିଶା ଦୈନିକ ୩ ଲକ୍ଷ ପର୍ଯ୍ୟନ୍ତ ଟିକା ଦେବାରେ ସକ୍ଷମ ଥିବା ବେଳେ ଅତି କମରେ ୨୫ ଲକ୍ଷ ଟିକା ଦେବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଥିଲା । ହେଲେ ଗତକାଲି ମାତ୍ର ୨ ଲକ୍ଷ ୫୦ ହଜାର ଟିକା ଆସି ପହଂଚିଥିଲା । ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇତି ମଧ୍ୟରେ ୪୨ ଲକ୍ଷ ୭୧ ହଜାର ୮୭୦ କୋଭିସିଲ୍ଡ ଟିକା ଆସିଥିବା ବେଳେ ୩ଲକ୍ଷ ୩୬ ହଜାର ୭୮୦ କୋଭାକ୍ସିନ୍ ଟିକା ଓଡ଼ିଶା ଆସିଛି ।