ତୃତୀୟ ଥର ପାଇଁ ପୁରୀ ସେବାୟତଙ୍କର କରୋନା ପରୀକ୍ଷା: ଆଜିଠୁ ୪ ଦିନ ଧରି ୩ଟି ସ୍ଥାନରେ ଚାଲିବ କୋଭିଡ-୧୯ ଟେଷ୍ଟ

ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତଙ୍କ କରୋନା ପରୀକ୍ଷା ପରେ କୋର୍ଟରେ କରାଯିବ ରିପୋର୍ଟ ଦାଖଲ

86

କନକ ବ୍ୟୁରୋ: ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାରେ ନିୟୋଜିତ ଥିବା ସମସ୍ତ ସେବାୟତଙ୍କ ଆଜି ଠାରୁ ଆଉ ଥରେ କରାଯିବ କୋଭିଡ ଟେଷ୍ଟ । ୩ ଟି ଯାଗା ବଡ଼ଦାଣ୍ଡ ସ୍ଥିତ ହିନ୍ଦୀ ସ୍କୁଲ, ଗଦାଧର ହାଇ,ସ୍କୁଲ, ଆର୍ୟୁବୈଦିକ କଲେଜରେ ଏହି ଟେଷ୍ଟ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଦଇତାପତି ସେବାୟତ ମାନଙ୍କ ପରୀକ୍ଷା କରାଯିବ । ସେବାୟତ ମାନଙ୍କ କୋଭିଡ ଟେଷ୍ଟ କରି ସମସ୍ତ ଘୋଷଯାତ୍ରା ସଂପର୍କିତ ରିପୋର୍ଟ କୋର୍ଟରେ ଦାଖଲ ହେବ ।

ରଥଯାତ୍ରା ପୂର୍ବରୁ ଥରେ ସେବାୟତଙ୍କ କୋଭିଡ ଟେଷ୍ଟ ହୋଇଥିବା ବେଳେ ବାହୁଡା ଯାତ୍ରା ପୂର୍ବରୁ ଥରେ ଏବଂ ଘୋଷଯାତ୍ରା ପରେ ତୃତୀୟ ଥର ପାଇଁ ଟେଷ୍ଟ ହେବ । ୧୪ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଏହି ପରୀକ୍ଷା ଚାଲିବ । ଯେହେତୁ ସେବାୟତମାନେ ରଥଯାତ୍ରାରେ ନିୟୋଜିତ ଥିଲେ, ତେଣୁ ସେମାନଙ୍କ ସାହି, ପରିବାରକୁ ନଜର ରଖି ଏହି ଟେଷ୍ଟ ହେବ ।