୨ କୋଟି ଟପିଲା ଭାରତରେ କରୋନା ପରୀକ୍ଷା: ଗତକାଲି ରେକର୍ଡ ସଂଖ୍ୟକ ୩ ଲକ୍ଷ ୮୧ ହଜାର ୨୭ଟି ନମୁନା ଟେଷ୍ଟ

ଆଇସିଏମଆରର ସୂଚନା, ଅଗଷ୍ଟ ୨ ସୁଦ୍ଧା ପରୀକ୍ଷା ହୋଇଛି ୨ କୋଟି ୨ ଲକ୍ଷ ୨ହଜାର ୮୫୮ ନମୂନା

142

କନକ ବ୍ୟୁରୋ: ୨ କୋଟି ଟପିଲା ଭାରତରେ କରୋନା ଭୂତାଣୁ ପରୀକ୍ଷଣ । ଗତକାଲି ୩ ଲକ୍ଷ ୮୧ ହଜାର ୨୭ଟି ନମୁନା ପରୀକ୍ଷା ସହ ଏହି ରେକର୍ଡ ସଂଖ୍ୟକ ପରୀକ୍ଷା ହୋଇଛି । ଏନେଇ ସୂଚନା ଦେଇଛି ଆଇସିଏମଆର । ରବିବାର ସୁଦ୍ଧା ଦେଶରେ ମୋଟ ୨ କୋଟି ୨ ଲକ୍ଷ ୨ହଜାର ୮୫୮ କରୋନା ପରୀକ୍ଷା ହୋଇଛି । ସାରା ଦେଶରେ ଏବେ ୧୮ଲକ୍ଷ ୩ ହଜାର ୬୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି ।

ଫଳରେ ଦେଶରେ ନମୁନା ପରୀକ୍ଷଣର ପ୍ରାୟ ୮.୯ ପ୍ରତିଶତ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସାରା ବିଶ୍ୱରେ ଚୀନରେ ସର୍ବାଧିକ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଆମେରିକା ରହିଛି । ତୃତୀୟରେ ଋଷିଆ ରହିଛି । ବିଶ୍ୱରେ ଭାରତ କୋଭିଡ୍ ଟେଷ୍ଟ କରିବାରେ ଚତୁର୍ଥ ସ୍ଥାନ ରହିଛି ।