କନକ ବ୍ୟୁରୋ: ମହାପ୍ରଭୁଙ୍କ ରଥ ଯାତ୍ରାକୁ ସଂକ୍ରମଣ ମୁକ୍ତ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନର ଉଦ୍ୟମ । ସ୍ନାନ ଯାତ୍ରା ସହିତ ଜଡିତ ସମସ୍ତ ସେବାୟତଙ୍କର କରାଯିବ କୋଭିଡ୍ ଟେଷ୍ଟ । ଏହିକ୍ରମରେ ପ୍ରଥମେ ଆଜି ଦଇତା ସେବକଙ୍କ କୋଭିଡ ଟେଷ୍ଟ କରାଯିବ । ମୋଟ୍ ଉପରେ ୧୫୦ ଜଣ ସେବକଙ୍କର ପରୀକ୍ଷା କରାଯିବ । ଆଜି ଦିନ ୧୦ଟାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ପରୀକ୍ଷା କରାଯିବ ।
୨୯ ଓ ୩୦ ତାରିଖରେ ଗରାବଡୁ ନିଯୋଗର ୧୨୦ ଜଣଙ୍କର କୋଭିଡ୍ ୧୯ ଭୂତାଣୁ ପରୀକ୍ଷା କରାଯିବ ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ତାଲିକା ଅନୁସାରେ କରାଯିବ ପରୀକ୍ଷା । କୋଭିଡ୍ ଟେଷ୍ଟ ହେବା ପରଠାରୁ ସମସ୍ତ ସେବାୟତ ଘରେ ସଂଗରୋଧରେ ରହିବେ ବୋଲି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/7-20.jpg)