୧୯ ଜିଲ୍ଲାରୁ ଆଉ ୧୨୯ ନୂଆ ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ଭିତରୁ କ୍ୱାରେଂଟିନ କେନ୍ଦ୍ରରେ ଥିଲେ ୧୧୯ ଓ ୧୦ ଜଣ ଲୋକାଲ କେସ୍; ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୯୪୮କୁ ବୃଦ୍ଧି

2,041

କନକ ବ୍ୟୁରୋ: ରାଜ୍ୟରେ ଆଉ ୧୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୧୯ ଜିଲ୍ଲାରୁ ଆଜି ୧୨୯ ନୂା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧ ହଜାର ୯୪୮କୁ ବୃଦ୍ଧି ପାଇଛି । ସେହିଭଳି ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଂଟିନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୦ ଜଣ ସ୍ଥାନୀୟ ଲୋକ ଅଛନ୍ତି ।

ତେବେ ୧୨୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡାରୁ ସର୍ବାଧିକ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଜପତିରୁ ୧୬, ନୂଆପଡାରୁ ୧୨ ଏବଂ ବଲାଙ୍ଗିରରୁ ୧୧ ଜଣ ଆକ୍ରାନ୍ତ ଠାବ ହୋଇଛନ୍ତି । ସେହିଭଳି ଗଂଜାମ ଏବଂ ଯାଜପୁରରୁ ୧୦ ଜଣ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର, ସୁନ୍ଦରଗଡ, ମୟୂରଭଂଜ ଓ ବରଗଡରୁ ୬ ଜଣ ଲେଖାଏଁ କରୋନା ସଂକ୍ରମିତ ଠାବ ହୋଇଛନ୍ତି । ସେହିଭଳି କଟକରୁ ୫, ଦେବଗଡରୁ ୪, କେନ୍ଦୁଝରରୁ ୩ ଏବଂ ଜଗତସିଂହପୁରରୁ ୨ , ମାଲକାନଗିରି, ଢେଙ୍କାନାଳ ଓ ସମ୍ବଲପୁରରୁ ଜଣେ ଲେଖାଏ କରୋନା ସଂକ୍ରମିତ ଠାବ ହୋଇଛନ୍ତି ।

ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୪୮ରେ ପହଂଚିଛି । ସେହିଭଳି ଏମାନଙ୍କ ମଧ୍ୟରୁ ୮୮୯ଟି ମୋଟ ସଂକ୍ରିୟ ମାମଲା ରହିଥିବା ବେଳେ ୧୦୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।