କରୋନାକୁ ଫୁ କରି ଉଡ଼ାଇଦେଉଥିବା କଂଗ୍ରେସ ବିଧାୟକଙ୍କ ଭିତରେ ପଶିଲା ଛନକା : ଶେଷରେ ଜଟଣୀ ବିଧାୟକ ସୁର ରାଉତରାୟ ପିନ୍ଧିଲେ ମାସ୍କ

ପୂର୍ବରୁ କହୁଥିଲେ ଦରକାର ନାହିଁ ମାସ୍କ ପିନ୍ଧିବା, ହେବ ନାହିଁ କରୋନା 

645

କନକ ବ୍ୟୁରୋ : କରୋନାକୁ ଫୁ କରି ଉଡାଇ ଦେଉଥିବା କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାଙ୍କ ଭିତରେ ପଶିଛି ଛନକା । ଶେଷରେ ମୁହଁରେ ମାସ୍କ ବାନ୍ଧିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । କରୋନାର ଦ୍ୱିତୀୟ ଲହର ଯେଭଳି ଦ୍ରୁତ ବେଗରେ ସଂକ୍ରମିତ ହେଉଛି, ତାକୁ ଦେଖି ସୁର ସତର୍କ ହୋଇପଡିଥିବା ଅନୁମାନ କରାଯାଉଛି । କାରଣ ଅନେକ ସମୟରେ ସେ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଥିଲା ।

ଏପରିକି ସାମ୍ବାଦିକମାନେ ପଚାରିଲେ, ମାସ୍କ ପିନ୍ଧିବେ ନାହିଁ କିମ୍ବା ସରକାରଙ୍କ ନିୟମକୁ ମାନିବେ ନାହିଁ ବୋଲି ଖୋଲାଖୋଲି ପ୍ରତିକ୍ରିୟା ଦେଉଥିଲେ । ଭିଡ ଭିତରେ ଥିଲେ ବି ତାଙ୍କ ମୁହଁରେ ମାସ୍କ ଥିବା କେହି କେବେ ଦେଖିନଥିଲେ । ତାଙ୍କ କହିବା ଥିଲା ସେ, ଭିଡକୁ ଯାଉ ନାହାନ୍ତି, ବାରମ୍ବାର ହାତ ଧୋଇବା ଭଳି ସତର୍କତା ଗ୍ରହଣ କରୁଛନ୍ତି । କିନ୍ତୁ ମାସ୍କ ପିନ୍ଧିଲେ ତାଙ୍କର ମନୋବଳ ଭାଙ୍ଗିଯିବ । ତେଣୁ ସେ ମାସ୍କ ପିନ୍ଧିବେ ନାହିଁ ବୋଲି ଯୁକ୍ତି ବାଢୁଥିଲେ ।

ହେଲେ ଏବେ କ’ଣ ହେଲା ଯେ, ସୁରଙ୍କ ମୁହଁରେ ମାସ୍କ ଲାଗିଗଲା । ଚର୍ଚ୍ଚା ହେଉଛି କରୋନାର ଭୟାବଗତାକୁ ଦେଖି ସୁରଙ୍କ ଭିତରେ ଭୟ ବଢିଯାଇଥାଇପାରେ । ଯାହାହେଉ ଏହା ଭଲକଥା । ଜନ ପ୍ରତିନିଧି ଭାବରେ ସରକାରଙ୍କ କଟକଣାକୁ ମାନିବା କରୋନା ମହାମାରୀଠାରୁ ନିଜକୁ ଅନ୍ୟମାନଙ୍କୁ ସୁରକ୍ଷା ଦେବା ତାଙ୍କର ଦାୟିତ୍ୱ ମଧ୍ୟ ।