କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା ସଂକ୍ରମଣ କରୁଥିବା ବେଳେ ଚୀନରେ ପୁଣି ସଂକ୍ରମଣ ବୃଦ୍ଧି ପାଇଛି । ଚୀନର ବିଜେନେସ୍ ହବ୍ ସାଙ୍ଘାଇରେ ସଂକ୍ରମଣ ବଢୁଥିବା ବେଳେ ଆସନ୍ତା ଜୁଲାଇ ମାସରେ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ କରିଦିଆଯାଇଛି । ସାଙ୍ଘାଇରେ ଲୋକମାନଙ୍କ ସ୍ଥତି ଜଟିଳ ହୋଇପଡିଛି ।

Advertisment

ପାୟ ୨୫ ମିଲିୟନ ଅର୍ଥାତ୍ ଅଢେଇ କୋଟି ଲୋକେ ଖାଦ୍ୟ ଏବଂ ମେଡିକାଲ ସୁବିଧା ପାଉନଥିବାରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପଦର୍ଶନ କରାଯାଇଛି । ଦେଶର ଅର୍ଥନୀତିରେ ଅବନତି ଘଟୁଥିବା ବେଳେ ନାଗରିକଙ୍କ ବିକ୍ଷୋଭ ଚୀନର ଚିନ୍ତାକୁ ଆହୁରୀ ବଢାଇ ଦେଇଛି । ନେଗେଟିଭ୍ ରିପୋର୍ଟ ସତ୍ତ୍ୱେ ଲୋକମାନଙ୍କ ଘରୁ ବାହାରିବାକୁ ଦିଆଯାଉନାହିଁ । ସାଙ୍ଘାଇରେ ଲକଡାଉନ ଜାରି କରାଯାଇଥିବା ବେଳେ ସଂକ୍ରମଣ ରୋକିବାକୁ ପୁରା ଚେଷ୍ଟା ଚଳାଇଛି ବେଜିଂ । ସଂକ୍ରମଣ ଯେପରି ଆଉ ନ ବଢିବ ସେଥିପାଇଁ କଡା କଟକଣା ଜାରୀ କରାଯାଇଛି ।

ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଇ ଅସ୍ଥାୟୀ ଟେଷ୍ଟିଂ ସେଣ୍ଟର ଖୋଲାଯାଇଛି । ଗତକାଲି ସାଙ୍ଘାଇରେ ୪ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ସାଙ୍ଘାଇ ନୁହେଁ ଚୀନର ୪୬ରୁ ଅଧିକ ସହରରେ ସଂକ୍ରମଣ ବ୍ୟାପୁଥିବା ବେଳେ ସେଠାରେ ଲକଡାଉନ ଜାରି କରାଯାଇଛି । ଚୀନରେ ପ୍ରାୟ ୬୦ ଟି ସବୱେ ଷ୍ଟେସନ ଅବା ସୁଡଙ୍ଗ ବନ୍ଦ କରାଯାଇଛି ।