ଭୁବନେଶ୍ୱରରେ ଶୀର୍ଷକୁ ଛୁଉଁଛି କରୋନା ସଂକ୍ରମଣ । ସତର୍କ ରହିବାକୁ ବିଏମସି କମିସନରଙ୍କ ପରାମର୍ଶ । କହିଲେ, ଅଧିକରୁ ଅଧିକ ପରୀକ୍ଷା କରିବା ଉପରେ ଦିଆଯାଉଛି ଜୋର ।

175

କନକ ବ୍ୟୁରୋ: ଏବେ ସଂକ୍ରମଣର ଶୀର୍ଷରେ ରହିଛି ରାଜଧାନୀ । ଏଭଳି ସୂଚନା ଦେଇଛନ୍ତି ବିଏମସି କମିଶନର । ଭୁବନେଶ୍ୱରରେ ଅଧିକରୁ ଅଧିକ ଟେଷ୍ଟ କରିବାକୁ ଦିଆଯାଉଛି ଗୁରୁତ୍ୱ । ବର୍ତମାନ ଦିନକୁ ପ୍ରାୟ ୩ ହଜାରରୁ ଅଧିକ ଟେଷ୍ଟ କରାଯାଉଛି । ତେବେ ସହରରେ ହୋଇଥିବା ସେରୋ ସର୍ଭେ ଅନୁସାରେ ରାଜଧାନୀରେ ସଂକ୍ରମଣ ପ୍ରଭାବ କମ୍ ରହିଛି ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ।

ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ପ୍ରାୟ ୪ ହଜାର ଶଯ୍ୟା ରହିଥିବା ବେଳେ ଏବେ ବି ୪୦ ପ୍ରତିଶତ ବେଡ୍ ଖାଲି ରହିଛି । ହୋମ୍ ଆଇସୋଲେସନରେ ରହି ୬ଶହରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି । ଅନ୍ୟପଟେ ଭୁବନେଶ୍ୱରର ୮୦ ପ୍ରତିଶତ ଆକ୍ରାନ୍ତ ଲକ୍ଷଣ ବିହୀନ ରହୁଥିବା କମିଶନର ସୂଚନା ଦେଇଛନ୍ତି । ତେବେ ସହରର ୮ଟି ସ୍ଥାନରେ ନମୂନା ପରୀକ୍ଷା ହେଉଛି ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ।