ବହୁ ଦିନର ନିରବତା ପରେ ପୁଣି ଫେରିଲେ ବାଗଚୀ । କରୋନା ଅପଡେଟ ଦେଲେ, ସତର୍କ କରାଇଲେ । ତିନିମାସ ଯୁଦ୍ଧ ପରେ କିଭଳି ବଢିଯାଏ ସଂକ୍ରମଣ, ତଥ୍ୟ ସହ ସୂଚନା ଦେଲେ ସୁବ୍ରତ

1,983

କନକ ବ୍ୟୁରୋ: ବହୁଦିନ ପରେ ଟିଭି ପରଦାକୁ ଫେରିଛନ୍ତି ରାଜ୍ୟ ସରକାରଙ୍କର କରୋନା ମୁଖପାତ୍ର ସୁବ୍ରତ ବାଗଚୀ । ଆଉ କହିଛନ୍ତି କରୋନା ମୁକାବିଲା କ୍ଷେତ୍ରରେ ଜୁନ ମାସ ବେଶ ଗୁରୁତ୍ୱପୂର୍ଣ୍ଣ । ସେପଟେ କରୋନା ମୁକାବିଲା ବେଳେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେବା ନେଇ ବି ସ୍ପଷ୍ଟୀକରଣ ରଖିଛନ୍ତି । ଏହା ସହ ସରକାରଙ୍କୁ ନେଇ ବିରୋଧୀ ଉଠାଇଥିବା ଅନେକ ପ୍ରଶ୍ନର ଉତ୍ତର ରଖିଛନ୍ତ ସୁବ୍ରତ ବାଗଚୀ ।

ସୁବ୍ରତ ବାଗଚୀ କହିଛନ୍ତି ଜୁନ ମାସରେ ବଢିପାରେ କେରାନା ସଂକ୍ରମଣ । ଏଣୁ ସତର୍କ ରହିବା ଜରୁରୀ । ବାଗଚୀଙ୍କ କହିବା କଥା, ବିଭିନ୍ନ ଦେଶରେ ପ୍ରଥମ ତିନିମାସ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ତିନିମାସ ପରେ ବିସ୍ଫୋରକ ରୂପ ନେଇଛି କରୋନା ସଂକ୍ରମଣ । ଓଡିଶା କରୋନା ଲଢେଇରେ ମାର୍ଚ୍ଚ,ଏପ୍ରିଲ ଓ ମେ ମାସ ଅତିକ୍ରମ କରି ସାରିଛି । ଏଣୁ ଜୁନ ମାସରେ ସଂକ୍ରମଣ ବିସ୍ଫୋରକ ରୂପ ନେବାର ଆଶଙ୍କା କରଛନ୍ତି ସରକାର ।

କେରୋନା ବଢୁଥିବା ବେଳେ କାହିଁକି ଭାଙ୍ଗିଲା କୋଭିଡ କମିଟି?
କରେନା ସଂକ୍ରମଣ ବଢୁଥିବା ବେଳେ କରେନା ମୁକାବିଲା ନେଇ ଅତିରିକ୍ତ ଦାୟିତ୍ୱରେ ଥିବା ଅଫିସରଙ୍କୁ ସରକାର ଦାୟିତ୍ୱରୁ ହଟାଇବା ନେଇ ବିରୋଧୀ ପ୍ରଶ୍ନ କରିଥିଲେ । ଆଉ ଏନେଇ ଆଜି ସଫେଇ ରଖିଛନ୍ତି ସୁବ୍ରତ ବାଗଚୀ ।

କୋଭିଡ ସାମଗ୍ରୀ ରାଜ୍ୟ ସରକାର ଗ୍ରହଣ ନକରିବା ପରେ ବିବାଦ ଦେଖାଦେଲା । ପରେ ପରେ ହେମନ୍ତ ଶର୍ମାଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଅଗଲା । ହେଲେ କରୋନା ମୁକାବିଲା ସରଞ୍ଜାମ କାହିଁକି ଔଷଧ ନିଗମ ସାମ୍ନାରେ ପଡି ରହିଲା ଓ ସରକାର କାହିଁକି ଗ୍ରହଣ କଲେ ନାହିଁ ସେନେଇ କିଛି ବି କହି ନାହାଁନ୍ତି ବାଗଚୀ ।

ସୁବ୍ରତ ବାଗଚୀ କହିଛନ୍ତି, ଦୁଇ ଦିନଆ ସଟଡାଉନକୁ ମାନି ଯଦି ଲୋକ ଘରେ ରହିବେ ତେବେ ରୋକି ହେବ କରୋନା ସଂକ୍ରମଣ । ସରକାରଙ୍କ ନିୟମ ମାନି ବୟସ ଦୃଷ୍ଟିରୁ ଶ୍ରୀଗଜପତି ମହାରାଜ ଛେରାପହଁରାକୁ ନଆସିବାକୁ ପ୍ରଶାଂସା କରିଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା ମୁଖପାତ୍ର । ଏହାସହ ଗୁଜବକୁ ବିଶ୍ୱାସ ନକରି ସଚେତନ ହେବାକୁ ଲେଶକଙ୍କୁ ଅପିଲ କରିଛନ୍ତି ସୁବ୍ରତ ବାଗଚୀ ।