ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

167

କନକ ବ୍ୟୁରୋ : ରାଜ୍ୟରେ କରୋନା ନିୟନ୍ତ୍ରଣରେ ରହିଛି । ପଶ୍ଚିମବଙ୍ଗରୁ ଯେଉଁମାନେ ଫେରୁଛନ୍ତି ସେମାନେ କ୍ୱାରେଂଟିନରେ ରହିବେ । ଏବେ କୋଭିଡ଼ ପାଇଁ ରାଜ୍ୟରେ ୧୧ହଜାରରୁ ଅଧିକା ବେଡ଼ ପ୍ରସ୍ତୁତ ଅଛି । ଏବେ ସୁଦ୍ଧା ୨୭ଶହ ରୋଗୀ ବେଡ଼ରେ ଅଛନ୍ତି । ଅକ୍ସିଜେନର ଅଭାବ ନାହିଁ । ଓଡ଼ିଶା ଏବେ ବାହାର ରାଜ୍ୟକୁ ଅକ୍ସିଜେନ୍ ଯୋଗାଇଦେଉଛି । ଆବଶ୍ୟକତା ଅନୁସାରେ ବେଡ଼ ବୃଦ୍ଧି କରାଯିିବ । ହସ୍ପିଟାଲ କରିବା ପାଇଁ ଘର ଚିହ୍ନଟ ହୋଇ ରହିଛି । ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି । ରୋଗୀ ଅନୁସାରେ ଆଇସିୟୁ ବେଡ଼ ଅଧିକା ରହିଛି । ଆଗକୁ ୫୦ହଜାର ଟେଷ୍ଟ କରିବା ପାଇଁ ପ୍ରସ୍ତୁତିି ଚାଲିଛି ।