କୋଭିଡ୍ ଟିକାକୁ ନେଇ ଅପେକ୍ଷାର ହେଲା ଅନ୍ତ: କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇର ଅନୁମତି; ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି

ସେରମ ଇନଷ୍ଟିଚ୍ୟୁଟ୍, ଭାରତ ବାୟୋଟେକ ଟିକାକୁ ମିଳିଲା ଅନୁମତି

79

କନକ ବ୍ୟୁରୋ: କରୋନାର ମୁକାବିଲା ପାଇଁ ଭାରତରେ ୨ଟି ଟିକାକୁ ଡିସିଜିଆଇର ମିଳିଲା ଅନୁମତି । କୋଭିଡ଼ ଭ୍ୟାକସିନ୍ କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀ ବ୍ୟବହାର ନେଇ ଡିସିଜିଆଇର ଅନୁମତି ମିଳିଛି । ସେରମ୍ ଇନଷ୍ଟିଚ୍ୟୁଟ, ଭାରତ ବାୟୋଟେକ ଟିକାକୁ ମିଳିଲା ଅନୁମୋଦନ । କୋଭିସିଲ୍ଡ ଓ କୋଭାକ୍ସିନ ଟିକାକରଣ ନେଇ ବିଧିବଦ୍ଧ ଅନୁମୋଦନ ମଳିଛି । ପୂର୍ବରୁ ବିଶେଷଜ୍ଞ କମିିଟି ଟିକା ବ୍ୟବହାରକୁ ଦେଇଥିଲେ ଅନୁମତି । ଏବେ ଜିସିଜିଆଇ ଟିକାକୁ ଅନୁମତି ଦେବା ପରେ ଖୁବଶୀଘ୍ର ଦେଶରେ କରୋନା ଟିକାକରଣ ଆରମ୍ଭ ହେବ ।

ଅନୁମୋଦନ ପାଇବାକୁ ଥିବା କୋଭାକ୍ସିନ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଟିକା । ଭାରତ ବାୟୋଟେକ୍ ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ମିଳିତ ଭାବେ କୋଭାକ୍ସିନର ବିକାଶ କରିଛନ୍ତି । ସେହିଭଳି କେଭିସିଲ୍ଡକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନିକା ବିକଶିତ କରିଥିବା ବେଳେ ପୁଣେର ସେରମ ଇନଷ୍ଟିଚ୍ୟୁଟ ଭାରତରେ ଏହାକୁ ପ୍ରସ୍ତୁତ କରିଛି । ଏହି ସଂସ୍ଥା କୋଭିସିଲ୍ଡର ୫ କୋଟି ଡୋଜ ପ୍ରସ୍ତୁତ କରିସାରିଛି । ଏବେ ଡ୍ରାଏରନର ପ୍ରକ୍ରିୟା ଜାରି ରହିଛି ଓ ଏହା ସକାରାତ୍ମକ ରହିଛି ।

କରୋନା ଟିକାର ଜରୁରୀକାଳୀନ ବ୍ୟବହାର ନେଇ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ନିର୍ମିତ ଟିକାକୁ ଅନୁମତି ମିଳିବା ଗର୍ବର ବିଷୟ ବୋଲି କହିଛନ୍ତି ମୋଦି । ଏହା ସହ ସେରମ ଓ ଭାରତ ବାୟୋଟେକକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ସହ ଅଭିନନ୍ଦନ ଜଣାଇଲେ ମୋଦି ।