କନକ ବ୍ୟୁରୋ : ନୂଆପଡାବାସୀଙ୍କୁ ଛତିଶଗଡ଼ ମନା । ସଂକ୍ରମଣ ବଢିବାରୁ ନୂଆପଡାରୁ ଛତିଶଗଡ଼କୁ ବସ ଚଳାଚଳ ବନ୍ଦ କଲା ପ୍ରଶାସନ । ଲୋକଙ୍କୁ ସଚେତନ ପାଇଁ ମାଇକ ଯୋଗେ  ପ୍ରଚାର କରାଯାଉଛି । ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକରେ ସଂକ୍ରମଣ ବଢିବା ଚିନ୍ତାର ବିଷୟ । ନୂଆପଡା, ବରଗଡ଼, ଖୋର୍ଦ୍ଧା ଜିଲ୍ଲା ରେ ଛାତ୍ରଛାତ୍ରୀଙ୍କ ସଂକ୍ରମଣ ସଂଖ୍ୟା ଅଧିକ ରହିଛି । ଏହା ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ରହିଛି ।

Advertisment

ଗତ ସପ୍ତାହରେ ଛତିଶଗଡରୁ ଫେରିବା ପରେ ନୂଆପଡା ଜିଲ୍ଲା ସିନାପାଲି ଗାଁର ପଡାରୁ ୨୩ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଏହାଛଡା ଜିଲ୍ଲା ଅନ୍ୟ କେତେକ ଆକ୍ରାନ୍ତ ମଧ୍ୟ ଛତିଶଗଡରୁ ଫେରିବା ପରେ ସଂକ୍ରମିତ ହୋଇଥିବା ସୂଚନା ମିଳିଥିବାରୁ ବସ ଚଳଚଳ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।

ସଂକ୍ରମିତଙ୍କ କଣ୍ଟାକଟ ଟ୍ରେସିଂ କରି ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି । ହଷ୍ଟେଲ ଥିବା ସ୍ଥାନରେ ଟେଷ୍ଟ ପାଇଁ କୁହାଯାଇଛି । ନୂଆପଡା ଜିଲ୍ଲା ରେ ଅଧିକ ସଂକ୍ରମଣଙ୍କୁ ନଜରରେ ରଖି ପଡୋଶୀ ରାଜ୍ୟକୁ ନଯିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଛି । ଏନେଇ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।