କନକ ବ୍ୟୁରୋ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦା ଏବଂ ସାତପଡ଼ା ଚିଲିକାର ଅକାତକାତ ପାଣିରେ ଘାଟ ଡ଼ଙ୍ଗାରେ ଚାଲିଛି ଯାତ୍ରୀ ପରିବହନ । କରୋନା କଟକଣା ନମାନି ଗୋଟିଏ ଡଙ୍ଗାରେ ୨୦ରୁ ୩୦ ବାଇକ୍, ଏବଂ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଡ଼ଙ୍ଗା ଚାଳକମାନେ ଚିଲିକା ପାର କରୁଛନ୍ତି ।
ଡଙ୍ଗାରେ ଥିବା ଯାତ୍ରୀଙ୍କ ମଧ୍ୟରେ ନାହିଁ ସାମାଜିକ ଦୂରତା । ପୁରୀ ଜିଲ୍ଲାରେ କରୋନା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି । ଠିକ୍ ଏହି ସମୟରେ ଯଦି ଯାତ୍ରୀ କଟକଣା ନିୟମକୁ ବେଖାତିର କରନ୍ତି ତେବେ ପୁଣି ଜିଲ୍ଲାରେ ସ୍ଥିତି ସଙ୍ଗୀନ ହୋଇପାରେ । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ଦରକାର ବୋଲି ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/16-6.jpg)