ଅଶୋକା ସିନେମା ହଲକୁ ସିଲ୍ କଲା ଜିଲ୍ଲା ପ୍ରଶାସନ : କୋଭିଡ୍ ନିୟମ ଉଲ୍ଲଂଘନ କରି ସିନେମା ହଲ୍ ସିଲ୍

145

କନକ ବ୍ୟୁରୋ : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ମାସ୍କ, ସାନିଟାଇଜର, ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି । ଯେଉଁଠି କୋଭିଡ୍ ନିୟମର ଉଲ୍ଲଂଘନ ଘଟଣା ସାମ୍ନାକୁ ଆସୁଛି ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ରାୟଗଡାରେ ବି କରୋନା କଟକଣାକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ । ଏହି କ୍ରମରେ ଆଜି ସିଲ୍ ହୋଇଛି ଅଶୋକ ସିନେମା ହଲ୍ । କୋଭିଡ୍ ନିୟମ ଉଲଂଘନ କରିବା ଅଭିଯୋଗରେ ଅଶୋକ ସିନେମା ହଲକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଓ ଏସପି ଚଢାଉ କରି ଏହାକୁ ସିଲ୍ କରିଛନ୍ତି । ସେହିପରି ଉଦୟପ୍ଲାଜା ସିନେମା ହଲକୁ କେବଳ ଚେତାବନୀ ଦେଇ ଛାଡି ଦେଇଛି ପ୍ରଶାସନ ।