ପୁରୀରେ ସଂକ୍ରମଣ ରୋକିବାକୁ ପର୍ଯ୍ୟଟକଙ୍କ ଉପରେ କଟକଣା : ୧୨ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ଆରଟିପିସିଆର ଟେଷ୍ଟ ହେଲା ବାଧ୍ୟତାମୂଳକ

 ସେପଟେ ରେଳ ଷ୍ଟେସନରେ କଡ଼ାକଡ଼ି ହେଲା ଯାତ୍ରୀଙ୍କ ଆଂଟିଜେନ୍ ପରୀକ୍ଷା 

103

କନକ ବ୍ୟୁରୋ : ପୁରୀରେ ପର୍ଯ୍ୟଟକଙ୍କ ପାଇଁ ବଢିଲା କଟକଣା । ଅଧିକା କରୋନା ସଂକ୍ରମିତ ୧୨ଟି ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ କଟକଣା ଲାଗିଛି । ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ଲାଗିଛି  କଟକଣା । ବାହାର ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ୭୨ ଘଂଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ନେଗେଟିଭ ରିପୋର୍ଟ ନଆଣିଲେ ଆସୋଲେସନରେ ରହିବେ । ସ୍ଥିତି ସମୀକ୍ଷା ପରେ ଏନେଇ ସୁଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ସେପଟେ କୋଭିଡର ମୁକାବିଲା ନେଇ ପୁରୀରେ ଆରମ୍ଭ ଟେଷ୍ଟିଂ । ମାସ୍କ ବ୍ୟବହାରକୁ କଡ଼ାକଡ଼ି କରିବା ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିବାକୁ ଅଂଟା ଭିଡ଼ିଛି ପ୍ରଶାସନ । ସେହିଭଳି ଆଜି ଠାରୁ ଟ୍ରେନ ମାଧ୍ୟମରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖାଯାଇଥିବା କୁହାଯାଇଛି । ଏବଂ ସେହି ଯାତ୍ରୀମାନେ ପୁରୀ ରେଳ ଷ୍ଟେସନରେ ପହଂଚିବା ପରେ ଟ୍ରେନ ଟିକେଟ ଅନୁଯାୟୀ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଉଛି । ଆଜି ସକାଳୁ ଯେଉଁ ସବୁ ଟ୍ରେନ ଆସିଛି ସେଥିରେ ଥିବା ଯାତ୍ରୀମାନଙ୍କ ସ୍ୱାବ ସଂଗ୍ରହ କରାଯାଇଛି ।