କରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହେଲା ଗଂଜାମର ପ୍ରସିଦ୍ଧ ଦଣ୍ଡଯାତ୍ରା : ହେବ ନାହିଁ ସାଂସ୍କୃତିକ କାର୍ଯ୍ୟକ୍ରମ

୨ଶହ ଲୋକଙ୍କୁ ନେଇ ଅନୁଷ୍ଠିତ ହେବ ପାରମ୍ପରିକ ଦଣ୍ଡନାଚ; କେବଳ ଦିନ ବେଳା ସମ୍ପନ୍ନ ହେବ ପୂଜାବିଧି

490

କନକ ବ୍ୟୁରୋ : କରୋନାର ଭୟ ଗତ ବର୍ଷ ଭଳି ଏବର୍ଷ ମଧ୍ୟ ଦେଖିବାକୁ ମିଳିଛି । ଏହାରି ଭିତରେ ଗଂଜାମରେ କଟକଣାରେ ଆରମ୍ଭ ହୋଇଛି ଦଣ୍ଡନାଚ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କରୋନା କଟକଣା ଭିତରେ ଆଜି ଠାରୁ ଆରମ୍ଭ ହୋଇଛି ଦଣ୍ଡନାଚ ।

କରୋନା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ନକରି ୨ଶହ ଲୋକଙ୍କୁ ଗଂଜାମରେ ପାରମ୍ପରିକ ଦଣ୍ଡନାଚ କରିବାକୁ ନିର୍ଦ୍ଦେଶ ହୋଇଥିଲା । ଜିଲ୍ଲାପାଳଙ୍କ ସମସ୍ତ ନିୟମକୁ ମାନି ଆଜି ଖଲ୍ଲିକୋଟ ଅଂଚଳର ବିଭିନ୍ନ ଜାଗାରେ ସ୍ଥାନୀୟ ପ୍ରଶାସନର ଅନୁମତିକ୍ରମେ ଦଣ୍ଡ ନାଚ ଆରମ୍ଭ କରାଯାଇଛି । କମ ସଂଖ୍ୟକ ଦଣ୍ଡୁଆଙ୍କୁ ନେଇ ମାନସିକ ଧାରୀଙ୍କ ଦଣ୍ଡନାଚ କରାଯିବ ବୋଲି ଦଣ୍ଡ ଯାତ୍ରା ପରିଚାଳନା କରୁଥିବା କମିଟି କହିଛି । କେବଳ ଦିନ ସମୟରେ ଦଣ୍ଡନାଚର ପୂଜାବିଧି ସମ୍ପନ୍ନ କରାଯିବ ।