ରାଜ୍ୟରେ ପ୍ରଥମ ଥର ପାଇଁ ୫୦୦ ତଳକୁ ଖସିଲା କରୋନା ସଂକ୍ରମଣ: ୪୧୮ ନୂଆ ଆକ୍ରାନ୍ତ ଚିହ୍ନଟ; ମୃତ୍ୟୁହାର କମିଲା, ୨୪ ଘଂଟାରେ ୫ ମୃତ

178

କନକ ବ୍ୟୁରୋ: ରାଜ୍ୟରେ କମିଛି କରୋନା ସଂକ୍ରମଣ । ପ୍ରଥମ ଥର ପାଇଁ ୫୦୦ ତଳକୁ ଖସିଲା କରୋନା ସଂକ୍ରମଣ । ୨୪ ଘଂଟାରେ ୪୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁହାର ମଧ୍ୟ କମିଛି । ୨୪ ଘଂଟାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ।୪୧୮ ନୂଆ ଆକ୍ରାନ୍ତଙ୍କ ମଧ୍ୟର ୨୪୧ ଜଣ ସଂଗରୋଧ କେନ୍ଦ୍ରରୁ ଓ ୧୭୭ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛି ।

୨୮ ଜିଲ୍ଲାରୁ କୌଣସି ଠାରେ ସଂକ୍ରମଣ ୫୦ ଉପରକୁ ନାହିଁ ।  ସୁନ୍ଦରଗଡରୁ ସର୍ବାଧିକ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ମୟୁରଭଂଜରୁ ୩୨, ନୂଆପଡାରୁ ୨୩, ସମ୍ବଲପୁରରୁ ୧୭, କେନ୍ଦ୍ରାପଡାରୁ ୧୯,କଳାହାଣ୍ଡିରୁ ୧୩, ଯାଜପୁରରୁ ୨୦,ଜଗତସିଂହପୁରରୁ ୧୬.ଝାରସୁଗୁଡାରୁ ୧୪,ଖୋର୍ଦ୍ଧାରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୫ ଜଣଙ୍କ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩ ଜଣ ଓ ନୂଆପଡାରୁ ୨ ଜଣ ଅଛନ୍ତି ।