୨୪ ଘଂଟାରେ ୩ ହଜାର ୧୪ ନୂଆ ଆକ୍ରାନ୍ତ । ୧୦ ଜିଲ୍ଲା ଶହେ ଉପରେ : ଖୋର୍ଧାରେ ସର୍ବାଧିକ, ଆଉ ୧୨ ମୃତ

Advertisment
୨୪ ଘଂଟାରେ ୩ ହଜାର ୧୪ ନୂଆ ଆକ୍ରାନ୍ତ । ୧୦ ଜିଲ୍ଲା ଶହେ ଉପରେ : ଖୋର୍ଧାରେ ସର୍ବାଧିକ, ଆଉ ୧୨ ମୃତ

କନକ ବ୍ୟୁରୋ : ୨୪ ଘଂଟାରେ ରାଜ୍ୟରେ ୩୦୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୮୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ୨୪ ଘଂଟାରେ ମୋଟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ରାଜ୍ୟରେ କୋରନା ଆକ୍ରାନ୍ତ ସଂଖ୍ୟା ଟପିଲା ଏକ ଲକ୍ଷ । ଗତ ୨୪ ଘଂଟାରେ ୩ ହଜାର ୧୪ ପଜିଟିଭ୍ ଚିହ୍ନଟ ପରେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୯୩୪ରେ ପହଁଚିଛି । ୩ ହଜାର ୧୪ ନୂଆ ଆକ୍ରାନ୍ତଙ୍କ ମଧ୍ୟ ୧ ହଜାର ୮୬୮ ସଂଗରୋଧ କେନ୍ଦ୍ରରୁ ଏବଂ ୧ ହଜାର ୧୪୬ ଅଛନ୍ତି ସ୍ଥାନୀୟ ଅଂଚଳରୁ ।

ଆଜି ମଧ୍ୟ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧାରୁ ୬୮୪, କଟକରୁ ୩୩୭, ମୟୂରଭଂଜରୁ ୨୯୨, ଗଂଜାମରୁ ୨୧୬, ବାଲେଶ୍ୱର ୧୩୮, ବରଗଡ ୧୨୪, କୋରାପୁଟ ୧୨୦, ପୁରୀ ୧୧୮, ରାୟଗଡା ୧୦୪, ସଂବଲପୁର ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ରାଜ୍ୟର ୧୦ ଜିଲ୍ଲାରୁ ଗତ ୨୪ ଘଂଟାରେ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ କୋରନା ସଂକ୍ରମଣରେ ଯାଇଛି ୧୨ ଜୀବନ । ଗଂଜାମରୁ ୪, ଖୋର୍ଧାରୁ ୧, କଟକ ୧, ଯାଜପୁର ୧ , ମାଲକାନଗିରି, ପୁରୀ ଓ ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ସୁନ୍ଦରଗଡରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe