୨୪ ଘଂଟାରେ ୨୭୫୨ ଆକ୍ରାନ୍ତ ଚିହ୍ନଟ । ସଂଗରୋଧ କେନ୍ଦ୍ରରକୁ ୧୭୦୮ ଓ ସ୍ଥାନୀୟ ଅଂଚଳରୁ ୧୦୪୪ ଆକ୍ରାନ୍ତ ଚିହ୍ନଟ

422

କନକ ବ୍ୟୁରୋ : ୨୪ ଘଂଟାରେ ରାଜ୍ୟରେ ମୋଟ ୨୭୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୭୦୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ ୧୦୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଆଜି ପୁଣି ଖୋର୍ଦ୍ଧାରୁ ହିଁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରୁ ୪୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ୮୪ ହଜାର ପାର କଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନ ପରେ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ସେହିପରି ଭାବରେ କଟକରୁ ୨୪୭ , ଯାଜପୁରରୁ ୨୧୭ ଓ ଗଂଜାମରୁ ୨୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତମାନ ସମୟରେ ରାଜ୍ୟରେ ଖୋର୍ଦ୍ଧା ରେକର୍ଡ ପରେ ରେକର୍ଡ କରିଚାଲିଛି । ଖୋର୍ଦ୍ଧାରୁ ସର୍ବାଧିକ ୪୨୩, କଟକରୁ ୨୪୭, ଯାଜପୁରରୁ ୨୧୭, ଗଞ୍ଜାମରୁ ୨୧୨,ରାୟଗଡ଼ାରୁ ୧୭୭, କୋରାପୁଟରୁ ୧୭୪, ପୁରୀରୁ ୧୪୪, ମୟୂରଭଞ୍ଜରୁ ୧୩୭, ବାଲେଶ୍ବରରୁ ୧୨୯, ନୟାଗଡ଼ରୁ ୧୦୩, ଜଗତସିଂହପୁର ଓ ମାଲକାନଗିରିରୁ ୧୦୧ ଲେଖାଏଁ ଚିହ୍ନଟ । କେନ୍ଦ୍ରାପଡ଼ାରୁ ୯୭, କନ୍ଧମାଳରୁ ୯୫, ଗଜପତିରୁ ୬୦, ଭଦ୍ରକ ୫୮, ସମ୍ବଲପୁର ୫୫, ସୁନ୍ଦରଗଡ଼ ୪୪, ବରଗଡ଼ ଓ କେନ୍ଦୁଝରରୁ ୨୮ ଲେଖାଏଁ, ନବରଙ୍ଗପୁର ୨୭, ଅନୁଗୁଳ ୨୩, କଳାହାଣ୍ଡି ୧୬, ଝାରସୁଗୁଡ଼ା ୧୫, ବଲାଙ୍ଗିର ୧୪, ବୌଦ୍ଧ ୧୧, ନୂଆପଡ଼ା ୮, ଦେବଗଡ଼ ୬, ଢେଙ୍କାନାଳ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଚିହ୍ନଟ ଚିହ୍ନଟ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ମୋଟ୍ ୯ ଜଣଙ୍କ ମୁଣ୍ଡ ନେଇଛି କରୋନା ।